ଭୁବନେଶ୍ୱର ପାର୍କରେ ଲାଗିଲା କଟକଣା, ଜାଣନ୍ତୁ କ’ଣ?

ଭୁବନେଶ୍ୱର,୧୯ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । କୋଭିଡ ସଂକ୍ରମଣର ଦ୍ରୁତ ବୃଦ୍ଧିକୁ ଦେଖି ରାଜଧାନୀ ଭୁବନେଶ୍ୱର ପାର୍କରେ କଟକଣା ଜାରି ହୋଇଛି । ରାଜ୍ୟଧାନୀର ସର୍ବସାଧାରଣ ପାର୍କଗୁଡିକରେ କଟକଣା ଲଗାଇଛି ବିଏମସି । କଟକଣା ମୁତାବକ, ପାର୍କରେ ଥିବା ଛୋଟ ପିଲାଙ୍କ ଖେଳ ଉପକରଣ ବ୍ୟବହାର ହେବନି । ପାର୍କର ମୁକ୍ତ ଜିମନାସିୟମ ସରଞ୍ଜାମର ଏବେ ବ୍ୟବହାର ହେବନି । ଖେଳ ଓ ଜିମନାସିୟମ ଉପକରଣକୁ ଘୋଡାଇ ରଖାଯିବ । ପାର୍କରେ ବିଚରଣ ସମୟରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ପାର୍କ ଭିତରେ ୬ ଫୁଟର ସାମାଜିକ ଦୂରତା ରକ୍ଷା କରିବା ମଧ୍ୟ ବାଧ୍ୟତାମୂଳକ ।ଏହା ସହିତ ପାର୍କ ଭିତରେ ତମାଖୁ ସେବନ ଓ ଛେପ ପକାଇଲେ ଜୋରିମାନା ଆଦାୟ ହେବ ।