fbpx

ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ କଟକଣା

ପୁରୀ(ଓଡ଼ିଶା ଭାସ୍କର): ଆସନ୍ତା ସୋମବାରରୁ ପୁରୀ ସ୍ୱର୍ଗଦ୍ୱାରରେ ଶବଦାହକୁ ନେଇ କଟକଣା ଲାଗିପାରେ । ନୂଆ ନିୟମ ଅନୁଯାୟୀ, ପୁରୀ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାର ଲୋକଙ୍କ ଶବ ସଂସ୍କାରକୁ ବାରଣ କରାଯାଇଛି । ଏଠାରେ କେବଳ ପୁରୀ ଜିଲ୍ଲାର ଲୋକଙ୍କୁ ହିଁ ଶବଦାହ କରିବାକୁ ଅନୁମତି ମିଳିବ । ଏନେଇ ଉପଜିଲ୍ଲାପାଳ କହିଛନ୍ତି । ବିନା କୋଭିଡ୍ ଓ ସାଧାରଣ ରୋଗରେ ମୃତ୍ୟୁବରଣ କରିଥିଲେ ଶବଦାହ ପାଇଁ ମିଳିବ ଅନୁମତି । ପରିଚୟ ପତ୍ର ଦେଖାଇ ସେମାନଙ୍କ ପରିବାର ଶବ ସଂସ୍କାର କରିପାରିବେ ।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ତା ଉପରେ ପୁଣି ନୂତନ ଭାରିଆଣ୍ଟ୍ ଓମିକ୍ରନକୁ ନେଇ ଭୟର ବାତାବରଣ ରହିଛି । ଏହା ମଧ୍ୟରେ ପୁରୀକୁ ପୁଣିଥରେ କଣ୍ଟେନମେଣ୍ଟ ଫେରିସାରିଲାଣି । ପ୍ରଥମେ ଏକ ହୋଟେଲ୍ ଓ ପରେ ହସ୍ପିଟାଲରୁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ ସେସବୁ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ କରିଦିଆଯାଇଛି । ଏହା ବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରୁ ଏବେ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।

Get real time updates directly on you device, subscribe now.