ଓଡ଼ିଶା ଭାସ୍କର: ସମୁଦ୍ର ମୁହାଣରେ ମାଛ ଧରିବା ଉପରେ ଲାଗିଲା କଟକଣା । ଆଜିଠାରୁ ମେ ୩୧ ପର୍ଯ୍ୟନ୍ତ ୭ ମାସ ଧରି ମାଛ ଧରିବା ମନା । ସମୁଦ୍ର କୂଳରୁ ୨୦ କିଲୋମିଟର ପର୍ଯ୍ୟନ୍ତ ମାଛଧରାକୁ ନିଷେଧ କାଯାଇଛି । ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସହ ଋଷିକୂଲ୍ୟା, ଧାମରା ଓ ଦେବୀ ନଦୀ ମୁହାଣରେ ମାଛ ଧରିବା ମନା । ତେବେ ବିରଳ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଏହି କଟକଣା ଜାରି କରାଯାଇଥିବା ଜଣାପଡ଼ିଛି ।