ନୂଆଦିଲ୍ଲୀ- ବ୍ୟାଙ୍କିଂ କାର୍ମିକ ଚୟନ ସଂସ୍ଥା (ଆଇବିପିଏସ) ତରଫରୁ ଆଇବିପିଏସ ପିଓ ପ୍ରିଲିମ୍ସର ସ୍କୋର କାର୍ଡ ଜାରି କରାଯାଇଛି । ବ୍ୟାଙ୍କରେ ପ୍ରୋବେଶନାରୀ ଅଫିସର, ମ୍ୟାନେଜମେଣ୍ଟ ଟ୍ରେନି ପାଇଁ କମନ ରିକ୍ରୁଇଟମେଣ୍ଟ ପ୍ରୋସେସ ହୋଇଥିଲା । ତେଣୁ ଏହି ଟେଷ୍ଟ ଦେଇଥିବା ବ୍ୟକ୍ତି ଆଧିକାରିକ ଅଫିସିଆଲ ୱେବସାଇଟ ibps.in କୁ ଭିଜିଟ କରି ନିଜ ସ୍କୋରକାର୍ଡ ଚେକ କରିପାରିବେ । ଏହା କେବଳ ୩ ଡିସେମ୍ବର ୨୦୨୪ ଯାଏ ୱେବସାଇଟରେ ଉପଲବ୍ଧ ରହିବ ।
ଆଇବିପିଏସ ପିଓ ପ୍ରାରମ୍ଭିକ ପରୀକ୍ଷା ୧୯ ଓ ୨୦ ଅକ୍ଟୋବର ୨୦୨୪ରେ ଆୟୋଜିତ ହୋଇଥିଲା । ଆଇବିପିଏସ ପିଓ ପ୍ରାରମ୍ଭିକ ପରୀକ୍ଷା ରେଜଲ ୨୧ ନଭେମ୍ବର ୨୦୨୪ରୁ ଘୋଷିତ ହୋଇଥିଲା । ପରିଣାମ ୨୮ ନଭେମ୍ବର ୨୦୨୪ ତାରିଖ ଯାଏ ୱେବସାଇଟରେ ଚେକ କରାଯାଇପାରିବ । ଆଧିକାରିକ ନୋଟିସ ଅନୁଯାୟୀ ଆଇବିପିଏସ ପିଓ ମୁଖ୍ୟ ପରୀକ୍ଷା ୩୦ ନଭେମ୍ବର ୨୦୨୪ ପାଇଁ କାଲି ଲେଟର ମଧ୍ୟ ଜାରି ହେବ । ଅଧିକ ତଥ୍ୟ ଜାଣିବାକୁ ଆଶାୟୀ ସାଇଟର ସହାୟତା ନେଇପାରିବେ ।
ତେବେ କେମିତି ଆଇବିପିଏସ ପିଓ ପ୍ରିଲିମ୍ସ ସ୍କୋର କାର୍ଡ କରିବେ ଚେକ?
ପ୍ରଥମେ ଆଇବିପିଏସର ଅଫିସିଆଲ ୱେବସାଇଟ ibps.in ଭିଜିଟ କରନ୍ତୁ । ତା ପରେ ହୋମ ପେଜରେ ଉପଲ୍ଭ ଆିବିପିଏସ ପିଓ ପ୍ରିଲିମ୍ସ ସ୍କୋର କାର୍ଡ ୨୦୨୪ ଲିଙ୍କରେ କ୍ଲିକ କରନ୍ତୁ । ଫଳରେ ଏକ ନୂଆ ପେଜ ଖୋଲିବ । ଏଥିରେ ଲଗଇନ ବିବରଣୀ ଦେବାକୁ ହେବ । ବିବରଣୀ ଦେବା ପରେ ଏହାକୁ ଦାଖଲ କରିବାକୁ ହେବ । ତା ପରେ ସାମ୍ନାକୁ ଆସିବ ସ୍କୋରକାର୍ଡ । ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଏହାର ହାର୍ଡକପିକୁ ଡାଉନଲୋଡ କରି ନିଜ ପାଖରେ ରଖିବା ଜରୁରୀ ।