fbpx
BJD SKY
BJD SKY

ଓଡ଼ିଶା ଷ୍ଟାଫ ସିଲେକସନ୍ କମିକଶନ୍ ଭାବରେ ପାଇଲେ ନିଯୁକ୍ତି

BJD

ପୁର୍ବତ୍ତନ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କୁ ଓଡ଼ିଶା ଅଧସ୍ତନ କର୍ମଚାରୀ ଆୟୋଗ(ଓଏସଏସସି) ଭାବରେ ନିଯୁକ୍ତି ମିଳିଛି । ସାଧାରଣ ପ୍ରଶାସନ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଅଭୟ ଏହି ଦାୟିତ୍ୱରେ ନିଯୁକ୍ତି ହେବା ଦିନଠାରୁ ପାଞ୍ଚ ବର୍ଷ କିମ୍ବା ୬୨ ବର୍ଷ ବୟସ ହେବା ପର୍ଯ୍ୟନ୍ତ ଏହି ପଦବୀରେ ରହିବେ । ଅଭୟଙ୍କୁ ଓଏସଏସସିର ଅଧ୍ୟକ୍ଷ ଭାବରେ ମିଳୁଥିବା ସମସ୍ତ ସୁବିଧା ସୂଯୋଗ ପାଇବେ ।

ଅଭୟ ୨୦୨୧ ଡିସେମ୍ବର ୩୧ ତାରିଖରେ ଓଡ଼ିଶା ପୋଲସି ଡିଜି ପଦରୁ ଅବସର ନେଇଥିଲେ । ଏହା ପରେ ରାଜ୍ୟ ସରକାର ତୁରନ୍ତ ତାଙ୍କୁ ନାର୍କୋଟିକ୍ସ ବିଭାଗର ମୁଖ୍ୟ ଭାବରେ ନିଯୁକ୍ତ କରିଥିଲେ । ଅଭୟ ୧୯୮୬ ବ୍ୟାଚ୍ ର ଓଡ଼ିଶା କ୍ୟାଡର ଆଇପିଏସ ଅଧିକାରୀ । ୨୦୧୯ ମସିହାରେ ସେ କେନ୍ଦ୍ରିୟ ଡେପୁଟେସନରୁ ଫେରି ରାଜ୍ୟ ପୋଲିସର ଭାର ସମ୍ଭାଳିଥିଲେ । ୨୦୨୧ ଜୁନ୍ ମସିହାରେ ରାଜ୍ୟ ସରକାର ଡିଜିପି ଭାବରେ ତାଙ୍କ କାର୍ଯ୍ୟକାଳକୁ ୬ ମାସ ବୃଦ୍ଧି କରିଥିଲେ । ଏହା ପରେ ଅଭୟ ଦୁଇ ବର୍ଷ ଓଡ଼ିଶା ପୋଲିସ ମୁଖ୍ୟ ଦାୟିତ୍ୱ ତୁଲାଇ ଅବସର ନେଇଥିଲେ ।

Get real time updates directly on you device, subscribe now.