fbpx

ଦିଲ୍ଲୀରୁ ଫେରି ଦିଲ୍ଲୀପ କହିଲେ: ମୁଁ ବିଜେପିରେ ଅଛି, ବିନା ନିର୍ବାଚନରେ ଲୋକ ମୋତେ ଜିତାଇ ସାରିଲେଣି

ଓଡ଼ିଶା ଭାସ୍କର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟର ଟାଣୁଆ ନେତା ଦିଲ୍ଲୀପ ରାୟ ଏଥର ବିଜେପି ଟିକେଟରେ ରାଉରକେଲାରୁ ଲଢ଼ିବେ ବୋଲି ପୂର୍ବରୁ ଜୁଏଲ କହି ସାରିଥିଲେ। କିନ୍ତୁ ଆଜି ନିଜେ ଦିଲ୍ଲୀପ ରାୟ ବଡ଼ ବୟାନ ଦେଇଛନ୍ତି। ତାଙ୍କ ପ୍ରତି ଥିବା ସମର୍ଥନକୁ ଦେଖି ସେ ଭାବବିହ୍ୱଳ ହୋଇପଡ଼ିଛନ୍ତି। ସେ କହିଛନ୍ତି ଯେ “ମୁଁ ବିଜେପିରେ ଅଛି। ବିନା ନିର୍ବାଚନରେ ଲୋକ ମୋତେ ଜିତାଇ ସାରିଲେଣି। ମୁଁ ପୂର୍ବରୁ ବିଜେପିରୁ ଇସ୍ତଫା ଦେଇଥିଲି। କିନ୍ତୁ ଦଳ ତାକୁ ଗ୍ରହଣ କରି ନାହିଁ। ତେଣୁ ମୁଁ ବିଜେପି ଦଳର ସଦସ୍ୟ। ନିର୍ବାଚନ ପାଇଁ ଲୋକମାନେ ପ୍ରସ୍ତୁତ ଅଛନ୍ତି। ମୁଁ ବି ପ୍ରସ୍ତୁତ ଅଛି। ପାର୍ଟି ଯାହା ନିଷ୍ପତ୍ତି ନେବେ, ସେକଥା ୨ ଦିନ ଭତିରେ ଜଣାପଡ଼ି ଯିବ।”

ସୂଚନା ଥାଉକି, କୋଇଲା ଦୁର୍ନୀତି ମାମଲାରେ ଦିଲ୍ଲୀପ ରାୟଙ୍କ ଦଣ୍ଡାଦେଶ ଉପରେ ଦିଲ୍ଲୀ ହାଇକୋର୍ଟ ରହିତାଦେଶ ଦେବା ପରେ ଆଜି ଦିଲ୍ଲୀରୁ ଫେରିଛନ୍ତି ଦିଲ୍ଲୀପ। ଏହି ସମୟରେ ରାଉରକେଲାରେ ଦିଲ୍ଲୀପ ରାୟଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ମିଳିଛି। ସାଧାରଣ ଲୋକ ଓ ବିଜେପି କର୍ମୀମାନେ ତାଙ୍କୁ ବାଣ ଫୁଟାଇ ସ୍ୱାଗତ କରିଛି। ଦିଲ୍ଲୀପ ରାଏଙ୍କ ସହିତ ବିଜେପିର ସୁନ୍ଦରଗଡ଼ ସଂସାଦ ପ୍ରାର୍ଥୀ ଜୁଏଲ୍ ଓରାମ ମଧ୍ୟ ରହିଥିଲେ। ଏହି ପରିପ୍ରେକ୍ଷୀରେ ସେ ବିଜେପିରେ ଥିବା କଥା ଗଣମାଧ୍ୟମକୁ କହିଛନ୍ତି।

Get real time updates directly on you device, subscribe now.