fbpx
BSKY
BJD YOUTH SKY
BJD MS SKY

ଇଦ୍‌ରେ ବ୍ୟାଙ୍କ ଖୋଲା ରହିବ କି ବନ୍ଦ, ଜାଣନ୍ତୁ RBIର ହଲିଡେ’ ଲିଷ୍ଟ

ଓଡ଼ିଶା ଭାସ୍କର: କାଲି ଶେଷ ହେବାକୁ ଯାଉଛି ରମଜାନ୍ ମାସ ଓ ସାରା ଦେଶରେ କାଲି ଇଦ୍ ପାଳନ କରାଯିବ । ଏପରି ସ୍ଥିତିରେ ଗୁରୁବାର ଆପଣଙ୍କର ବ୍ୟାଙ୍କରେ କିଛି କାମ ଥିଲେ ଘରୁ ବାହାରିବା ପୂର୍ବରୁ ଛୁଟି ଲିଷ୍ଟ ଜରୁର ଚେକ୍ କରନ୍ତୁ ।
ଋିଜର୍ଭ ବ୍ୟାଙ୍କ ପ୍ରତି ମାସର ଆରମ୍ଭରେ ବ୍ୟାଙ୍କିଂ ହଲିଡେ ଲିଷ୍ଟ ନିଜ ୱେବସାଇଟ୍‌ରେ ଅପଲୋଡ୍ କରିଥାଏ । ଏଥିରେ କେନ୍ଦ୍ରୀୟ ବ୍ୟାଙ୍କ ମାସ ସାରା କୌଣସି ବି ପର୍ବ କିମ୍ବା ଉତ୍ସବ କାରଣରୁ ବିଭିନ୍ନ ରାଜ୍ୟରେ ବ୍ୟାଙ୍କ ଛୁଟୀ ବିଷୟରେ ପୁରା ତାଲିକା ପ୍ରଦାନ କରିଥାଏ ।

ଏହି ଅବସରରେ ଇଦ୍‌-ଉଲ୍ -ଫିତର ଅବସରରେ ସାରା ଦେଶରେ ଛୁଟୀ ଘୋଷଣା କରାଯାଇଛି । ଏହି ଅବସରରେ ବ୍ୟାଙ୍କ ବି ବନ୍ଦ ରହିବ । କିନ୍ତୁ ଚଣ୍ଡୀଗଡ, ଗ୍ୟାଙ୍ଗଟୋକ୍‌, ଇମ୍ଫାଲ, କୋଚି, ସିମଲା ଓ ଥିରୁଅନନ୍ତପୁରମ୍‌ରେ ଇଦ୍‌ରେ ବି ବ୍ୟାଙ୍କ ବ୍ରାଞ୍ଚ ଖୋଲା ରହିବ । ଇଦ୍ ଛୁଟି ପରେ ଅନ୍ୟ ବ୍ୟାଙ୍କିଂ ହଲିଡେ’ର କଥା କହିଲେ ୧୫,୧୭ ଓ ୨୦ ଏପ୍ରିଲରେ ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କ ଛୁଟୀ ଘୋଷଣା କରିଛି । ତେବେ –ପକ୍ଷରୁ ଘୋଷିତ ଛୁଟୀ ବିଭିନ୍ନ ରାଜ୍ୟରେ ଅଲଗା ଅଲଗା ହୋଇପାରେ ।

Get real time updates directly on you device, subscribe now.