fbpx

(Video) ଶ୍ରୀମୟୀ ମିଶ୍ରଙ୍କ ଟିକେଟ ଫାଇନାଲ! ଏହି ଆସନରୁ ନିର୍ବାଚନ ଲଢିବେ ବିଜେଡି ନେତ୍ରୀ… ବିବାଦରେ ଅନନ୍ତ

ଓଡ଼ିଶା ଭାସ୍କର: ଆଉ କିଛି ସମୟ ଭିତରେ ଆସିପାରେ ବିଜୁ ଜନତା ଦଳର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ରାଜ୍ୟର ୨୦ଟି ଲୋକସଭା ଆସନରେ ଦଳ ପ୍ରାର୍ଥୀ ଦେଇ ସାରିଥିବା ବେଳେ ୧୦୮ ଜଣଙ୍କୁ ବିଦାନସଭା ନିର୍ବାଚନ ପ୍ରାର୍ଥୀ ପାଇଁ ଚୟନ କରିଛି । କିନ୍ତୁ ଏହି ସମସ୍ତ ପର୍ଯ୍ୟାୟର ତାଲିକାରୁ ବାଦ୍ ପଡ଼ିଛନ୍ତି ବିଜେଡିର ଆଗ ଧାଡ଼ିର ନେତ୍ରୀ ଶ୍ରୀମୟୀ ମିଶ୍ର । ବର୍ତ୍ତମାନ ଶ୍ରୀମୟୀଙ୍କ ପାଇଁ ଆସନ ଫାଇନାଲ ହୋଇସାରିଥିବା ଜାଣିବାକୁ ମିଳିଛି । ଆଗାମୀ ନିର୍ବାଚନରେ ଶ୍ରୀମୟୀ କେଉଁ ଆସନ ପାଇଁ ମଇଦାନକୁ ଓହ୍ଲାଇବେ, ସେ ନେଇ ଖୁବଶୀଘ୍ର ଘୋଷଣା କରିପାରେ ବିଜୁ ଜନତା ଦଳ ।

ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ନିଜ ରାଜନୀତି କ୍ୟାରିୟରରେ ଖୁବ ଦୃଢ ଏବଂ ସଫା ସୁତରା ରହିଛନ୍ତି । କୌଣସି ବିବାଦ କିମ୍ବା ରାଜନୈତିକ କଳିରେ ତାଙ୍କ ନାମ ମଧ୍ୟ ସାମିଲ ହୋଇନାହିଁ । ତେଣୁ ବିଜେଡି ଏଭଳି ଜଣେ ପ୍ରାର୍ଥୀଙ୍କୁ ହାତଛଡ଼ା କରିବା ଭଳି ଭୁଲ କରିବ ନାହିଁ ବୋଲି ଆଶା କରାଯାଉଛି । ତେବେ କୁହାଯାଉଛି ଯେ, ମଧ୍ୟ ଭୁବନେଶ୍ୱର ପାଇଁ ନିର୍ବାଚନ ଲଢିପାରନ୍ତି ଶ୍ରୀମୟୀ । କାରଣ ସର୍ଭେ ରିପୋର୍ଟ ଅନୁଯାୟୀ, ଶ୍ରୀମୟୀ ଅନନ୍ତ ନାରାୟଣ ଜେନାଙ୍କୁ ପଛରେ ପକାଇ ଦେଇଛନ୍ତି । ରାଜ୍ୟ ରାଜନୀତିରେ ଶ୍ରୀମୟୀଙ୍କର କ୍ରେଜ ଅଧିକ ରହିଥିବା ବେଳେ ଅନନ୍ତଙ୍କର କ୍ରେଜ ବିଲକୁଲ ବି ନାହିଁ । ଲୋକପ୍ରିୟତାରେ ଅନନ୍ତଙ୍କ ଅପେକ୍ଷା ଦୁଇ ପାଦ ଆଗରେ ରହିଛନ୍ତି ଶ୍ରୀମୟୀ ମିଶ୍ର । ତେଣୁ ଟିକେଟ ପାଇଲେ ଶ୍ରୀମୟୀଙ୍କ ଜିତିବାର ସମ୍ଭାବନା ମଧ୍ୟ ଅଧିକ ରହିଛି ।

ଏହି ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଶ୍ରୀମୟୀଙ୍କୁ ବିଧାନସଭା ପାଇଁ ଟିକେଟ ଦେଇପାରେ ବିଜୁ ଜନତା ଦଳ । କେବଳ ଗୋଟିଏ ଆସନ ମଧ୍ୟ ଭୁବନେଶ୍ୱର ପାଇଁ ଏବେ ସବୁଠି ଚର୍ଚ୍ଚା । ସମସ୍ତଙ୍କ ନଜର ରହିଛି ମଧ୍ୟ ଭୁବନେଶ୍ୱର ଉପରେ । କିଏ ପାଇବ ବିଧାନ ସଭା ପାଇଁ ଟିକେଟ? ଅନନ୍ତ ନାରାୟଣଙ୍କ ବିରୁଦ୍ଧରେ ଦେଖିବାକୁ ମିଳୁଛି ବିଭିନ୍ନ ଆଡ଼ୁ ବିରୋଧ ଦେଖିବାକୁ ମିଳୁଛି । ତେଣୁ ଏହି ଆସନ ପାଇଁ ଏବେ ଶ୍ରୀମୟୀ ମିଶ୍ରଙ୍କୁ ପ୍ରାର୍ଥୀ କରିବା ନେଇ ଯୋଜନା କରୁଛି ବିଜୁ ଜନତା ଦଳ ।

ସେପଟେ ବର୍ତ୍ତମାନ ସୁଦ୍ଧା ବାଲେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଚୟନ କରିନାହିଁ ବିଜେଡି । ତେଣୁ ଶ୍ରୀମୟୀଙ୍କୁ ଏଠାରେ ଟିକେଟ ମିଳିବା ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା । ଭୁବନେଶ୍ୱରରୁ ତାଙ୍କୁ ଲୋକସଭା ଟିକେଟ ମିଳିବା ନେଇ ଆଲୋଚନା ହେଉଥିବା ବେଳେ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଏଣ୍ଟ୍ରି ଏହି ସମୀକରଣକୁ ଓଲଟାଇ ଦେଇଛି ।

Get real time updates directly on you device, subscribe now.