fbpx

ଭାରତ ଶୋଚନୀୟ ପରାଜୟ: ୩-୦ରେ ହକି ସିରିଜ୍ ଜିତିଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: କ୍ରୀଡ଼ା କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ବିଦେଶ ମାଟିରେ ଭାରତୀୟ ପୁରୁଷ ହକି ଟିମ୍ ଶୋଚନୀୟ ଭାବେ ପରାଜୟବରଣ କରିଛି । ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ମ୍ୟାଚରେ ଭାରତ ୨-୧ରେ ପରାସ୍ତ ହୋଇଛି । ଫଳରେ ଏହି ବିଜୟ ସହ ଅଷ୍ଟ୍ରେଲିଆ ୫ ମ୍ୟାଚ ବିଶିଷ୍ଟ ହକି ସିରିଜକୁ ୩-୦ରେ ଆଗୁଆ ହାତେଇ ନେଇଛି । ଭାରତୀୟ ଗୋଲକିପର ପି.ଆର ଶ୍ରୀଜେସ ପ୍ରଥମାର୍ଦ୍ଧରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ ହେଁ ତାହା ବୃଥା ଯାଇଥିଲା ।

ଏହା ପୂର୍ବରୁ ଭାରତ ପ୍ରଥମ ଦୁଇଟି ମ୍ୟାଚରେ ଯଥାକ୍ରମେ ୧-୫ ଓ ୨-୪ ଗୋଲ ବ୍ୟବଧାନରେ ପରାସ୍ତ ହୋଇଥିଲା । ଆଜିର ପରାଜୟ ଫଳରେ ଭାରତୀୟ ଦଳର ସିରିଜ୍ ବିଜୟ ଆଶା ମଉଳି ଯାଇଛି । ଆସନ୍ତା ୧୨ ତାରିଖରେ ଚତୁର୍ଥ ମ୍ୟାଚ ଖେଳାଯିବ । ଯଦିଓ ଆଜି ଭାରତ ପରାଜିତ ହୋଇଥିଲା, ତଥାପି ଶ୍ରୀଜେସଙ୍କ ପ୍ରଦର୍ଶନଙ୍କୁ ସମସ୍ତେ ପ୍ରଶଂସା କରିଥିଲେ । ଏପରିକି ଆଜିର ମ୍ୟାଚରେ ‘ପ୍ଲେୟାର ଅଫ୍ ଦି ମ୍ୟାଚ’ ବୋଲି ମଧ୍ୟ କୁହାଯାଉଛି ।

Get real time updates directly on you device, subscribe now.