fbpx

ଭିଜିଲାନ୍ସ ହାବୁଡ଼ରେ ମହିଳା RI, ନେଉଥିଲେ ୧୦ ହଜାର ଲାଞ୍ଚ

ବାଲେଶ୍ୱର: ଭିଜିଲାନ୍ସ ଜାଲରେ ଫସିଲେ ମହିଳା ଆରଆଇ । ବାଲେଶ୍ୱର ଥାନା ବଇଞ୍ଚା ଆରଆଇ ଡଲି ସେଠୀ ଲାଞ୍ଚନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ମୃତ୍ୟୁ ପ୍ରମାଣପତ୍ର କରାଇଦେବାକୁ କହି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ।

ସୂଚନା ଅନୂଯାୟୀ, ବାଲେଶ୍ୱର ସଦର ତହସିଲ ଅଧିନ ବଇଁଞ୍ଚା ନିଶ୍ଚିନ୍ତା ଗ୍ରାମର ଦିନବନ୍ଦୁ ବେହେରାଙ୍କର ୩ ବର୍ଷର ଶିଶୁପୁତ୍ର ଘର ବାହାରେ ଖେଳୁଥିବା ସମୟରେ ପାଣିରେ ବୁଡି ଜୀବନ ଚାଲିଯାଇଥିଲା । ଯାହାର ମୃତ୍ୟୁ ପ୍ରମାଣ ପତ୍ର କରାଇ ଦେବା ପାଇଁ ବାରାମ୍ବାର ବଇଁଞ୍ଚା ଆରଆଇ ବିଳମ୍ବ କରୁଥିଲେ । ଆଉ ଆଜି ମୃତ୍ୟୁ ପ୍ରମାଣ ପତ୍ର କରେଇବା ପାଇଁ ୧୦ହଜାର ଟଙ୍କା ନେଉଥିବା ସମୟରେ ଭିଜିଲନ୍ସ ଜାଲରେ ପଡିଥିଲେ । ଭିଜିଲାନ୍ସର ୪ଜଣିଆ ଟିମ୍ ଆର.ଆଇ ଅଫିସରେ ଚଢାଉ କରି ଆରଆଇ ଡଲି ସେଠୀଙ୍କୁ ଗିରଫ କରିଛି । ଘଟଣା ସ୍ଥଳରେ ଭିଜିଲାନ୍ସ ତାଙ୍କୁ କାବୁ କରିଛି ।

ସେପଟେ ୫ ହଜାର ଟଙ୍କା ଲାଞ୍ଚ ନେଇ ଖୋର୍ଦ୍ଧା ହଳଦିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କିରାଣି ଅନୁପ ଶତପଥୀ ଗିରଫ ହୋଇଛନ୍ତି ସେ ମଧ୍ୟ ମୃତ୍ୟୁ ପ୍ରମାଣପତ୍ର କରାଇ ଦେବାକୁ କହି ଲାଞ୍ଚ ନେଉଥିଲେ ।

Get real time updates directly on you device, subscribe now.