ଭୁବନେଶ୍ୱର: ଜାନୁଆରୀ ପ୍ରଥମ ସପ୍ତାହରୁ ହିତାଧିକାରୀଙ୍କୁ ମିଳିବ ଚାଉଳ ସହ ଗହମ। ଏନେଇ ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ସେ କହିଛନ୍ତି ଯେ, ଗହମ ଆସିଛି, ସରକାରୀ ସ୍ତରରେ କାମ ବାକିଥିବାରୁ ୨ ମାସ ବିଳମ୍ବ ହେବ। କେଉଁ ଜିଲ୍ଲାକୁ କେତେ ଗହମ ଆବଶ୍ୟକ, ଏନେଇ ତଥ୍ୟ ଦେବେ ଜିଲ୍ଲାପାଳ। ୮୫ ପ୍ରତିଶତ କେୱାଇସି ସରିଛି, ପୂରା ସରିବାକୁ ଆଉ ୧୫ ଦିନ ଲାଗିବ। ୧୬ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହେଲେଣି।