fbpx

ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ଶସ୍ତା ହୋଇ ଶସ୍ୟ: ତଳକୁ ଖସିଲା ଚାଉଳ ରେଟ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଉଳକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି, ଯାହା ଫଳରେ ଚାଉଳ ଦାମରେ ୨୦୦ ଟଙ୍କା ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଯଦି ଆପଣ ରାସନ କିଣିବାକୁ ଯାଉଛନ୍ତି, ତାହେଲେ ଏବେ ରେଟ୍ କେତେ ଅଛି, ତାହା ଜାଣିବା ଉଚିତ୍ । ସରକାର ବ୍ରୋକେନ୍ ଚାଉଳ ରପ୍ତାନି ବ୍ୟାନ୍ କରିଛନ୍ତି । ଭାରତର ଏହି ନିଷ୍ପତ୍ତି ଯୋଗୁଁ ଚୀନରେ ଖାଦ୍ୟ ସଙ୍କଟ ଦେଖାଦେଇପାରେ । ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଭାରତରେ ଚାଉଳ ଦାମରେ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି ।

ଚାଉଳ କେତେ ଶସ୍ତା?
ଗତ ଏକ ସପ୍ତାହ ମଧ୍ୟରେ, ଚାଉଳର ମୂଲ୍ୟରେ କ୍ୱିଣ୍ଟାଲ ପ୍ରତି ୧୦୦ ରୁ ୨୦୦ ଟଙ୍କା ହ୍ରାସ ପାଇଛି । ଖୁଚୁରା ମୂଲ୍ୟରେ କୌଣସି ହ୍ରାସ ହୋଇନାହିଁ, କିନ୍ତୁ ଖୁବଶ୍ରୀଘ୍ର ଖୁଚୁରା ବଜାରରେ ଚାଉଳ ମୂଲ୍ୟରେ ମଧ୍ୟ ହ୍ରାସ ଘଟିବ । ଖବର ମୁତାବକ, ଖୁଚୁରା ବଜାରରେ ଚାଉଳର ମୂଲ୍ୟ ସେପ୍ଟେମ୍ବର ୧୫ ରେ ୩୮.୩୪ ଟଙ୍କା ଥିଲା । ମାସେ ପୂର୍ବରୁ ଚାଉଳର ମୂଲ୍ୟ କିଲୋଗ୍ରାମ ୩୭.୪୧ ଟଙ୍କା ଥିଲା ।

ଚୀନ ପରେ ଭାରତ ହେଉଛି ଚାଉଳର ବଡ଼ ଉତ୍ପାଦନକାରୀ । ବିଶ୍ୱ ବଜାରରେ ଭାରତର ଚାଉଳ ୪୦ ପ୍ରତିଶତ । ୨୦୨୧-୨୨ ଆର୍ôଥକ ବର୍ଷରେ ଭାରତ ୨.୧୨ ନିୟୁତ ଟନ୍ ଚାଉଳ ରପ୍ତାନି କରିଛି । ଏଥିରେ ୩୪.୯ ଲକ୍ଷ ଟନ୍ ବାସୁମତି ଚାଉଳ ଥିଲା ।

ଭାରତରେ ବର୍ତ୍ତମାନର ଖରିଫ ଋତୁରେ ଧାନ ଫସଲ ଅମଳ ଯଥେଷ୍ଟ ହ୍ରାସ ପାଇଛି । ଘରୋଇ ବଜାରରେ ଯୋଗାଣ ବୃଦ୍ଧି ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ଦେଶର ନାଗରିକମାନଙ୍କୁ ଚାଉଳ ଅଭାବର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ରାଜସ୍ୱ ବିଭାଗର ବିଜ୍ଞପ୍ତି ଅନୁଯାୟୀ ଚାଉଳ ଏବଂ ବ୍ରାଉନ୍ ରାଇସ୍ ଉପରେ ୨୦ ପ୍ରତିଶତ ରପ୍ତାନି ଶୁଳ୍କ ଲାଗୁ କରାଯାଇଛି ।

Get real time updates directly on you device, subscribe now.