fbpx
BSKY
BJD MC SKY
BJD YOUTH SKY

ଭୟଙ୍କର ସଡକ ଦୁର୍ଘଟଣା ପରେ ସାମ୍ନାକୁ ଆସିଲା ଋଷଭ ପନ୍ତଙ୍କ ପ୍ରଥମ ଟ୍ୱିଟ୍: କ୍ୟାରିଅରକୁ ନେଇ ଦେଲେ ବଡ଼ ବୟାନ୍

ମୁମ୍ବାଇ: ଟିମ୍ ଇଣ୍ଡିଆର ୱିକେଟକିପର ଋଷଭ ପନ୍ତ ଗତ ବର୍ଷ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ଡିସେମ୍ବର ୩୦ ରେ ଦିଲ୍ଲୀରୁ ଘରକୁ ଯାଉଥିବାବେଳେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଏହି କାରଣରୁ ତାଙ୍କ ମଥା ଏବଂ ଆଣ୍ଠୁରେ ଆଘାତ ଲାଗିଥିଲା । ତାଙ୍କର ଲିଗାମେଣ୍ଟ ମଧ୍ୟ ଆଘାତ ହୋଇଥିଲା । ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଡେରାଡୁନରୁ ମୁମ୍ବାଇ ସିଫ୍ଟ କରାଯାଇଥିଲା । ଏବେ ଋଷଭ ପନ୍ତ ଦୁର୍ଘଟଣା ପରେ ପ୍ରଥମଥର ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ପନ୍ତ କହିଛନ୍ତି ଯେ, ତାଙ୍କୀ ସର୍ଜରୀ ସଫଳ ହୋଇଛି ଓ ଆଗକୁ ଆସୁଥିବା ଚ୍ୟାଲେଞ୍ଜକୁ ନେଇ ମୁଁ ପ୍ରସ୍ତୁତ ଅଛି । ଏଭଳି କଷ୍ଟ ସମୟରେ ସମର୍ଥନ କରିଥିବାରୁ ବିସିସିଆଇ, ଫ୍ୟାନ୍ସ, ସରକାରୀ ଅଥରିଟୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଖୁବଶୀଘ୍ର ପନ୍ତ ମଇଦାନକୁ ଓହ୍ଲାଇବାକୁ ଚାହୁଁଛନ୍ତି ।

ଟ୍ବିଟ୍‌ କରି ଋଷଭ ପନ୍ତ ଲେଖିଛନ୍ତି, ‘ଏଭଳି ସମୟରେ ମୋ ପାଇଁ ଶୁଭେଚ୍ଛା ଏବଂ ମୋତେ ସମର୍ଥନ ଜଣାଇଥିବା ସମସ୍ତଙ୍କ ନିକଟରେ କୃତଜ୍ଞ । ମୋର ସର୍ଜରୀ ସଫଳତାର ସହ ଶେଷ ହୋଇଛି । ସୁସ୍ଥ ହେବାର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ଆଗକୁ ଯାହା କିଛି ବି ଚାଲେଞ୍ଜ ଆସିବ ସେ ସବୁକୁ ସାମ୍ନା କରିବାକୁ ପ୍ରସ୍ତୁତ । ସହଯୋଗର ହାତ ବଢାଇଥିବାରୁ ବିିସିସିଆଇ, ଜୟ ଶାହ ଏବଂ ସରକାରୀ ଅଧିକାରୀମାନଙ୍କୁ ଅନେକ ଅନେକ ଧନ୍ୟବାଦ’।

ପନ୍ତ ଆହୁରି ମଧ୍ୟ ଲେଖିଛନ୍ତି ଯେ, ‘ଏଭଳି ଦୁଃସମୟରେ ମୋ ପାଇଁ ପ୍ରାର୍ଥନା କରିଥିବା ପ୍ରଶଂସକ, ସାଥୀ ଖେଳାଳି, ଚିକିତ୍ସକ ଏବଂ ଫିଜିଓଙ୍କୁ ଧନ୍ୟବାଦ । ପଡିଆକୁ ଖେଳିବାକୁ ବ୍ୟଗ୍ର । ଖୁବଶୀଘ୍ର ଆପଣମାନଙ୍କ ସହ ଦେଖାହେବ’। ନୂଆ ବର୍ଷ ପାଳିବାକୁ ଦିଲ୍ଲୀରୁ ଡେରାଡୁନ ସ୍ଥିତ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ ପନ୍ତ । ତାଙ୍କ କପାଳ, ଆଣ୍ଠୁ, ଗୋଇଠି ଏବଂ କହୁଣିରେ ଗୁରୁତର ଆଘାତ ଲାଗିଥିଲା । ପ୍ରଥମେ ଡେରାଡୁନ ଏବଂ ପରେ ତାଙ୍କୁ ମୁମ୍ବାଇ ସ୍ଥିତ ଧିରୁଭାଇ କୋକିଳାବେନ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ପନ୍ତଙ୍କ ପିଠିରେ ମଧ୍ୟ କ୍ଷତ ସୃଷ୍ଟି ହୋଇଥିବାର ଫଟୋ ସାମ୍ନାକୁ ଆସିଥିଲା ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପନ୍ତଙ୍କ ୩ଟି ଲିଗାମେଣ୍ଟରେ ଆଘାତ ଲାଗିଥିଲା । ଦୁଇଟି ଲିଗାମେଣ୍ଟ ସର୍ଜରୀ ସଫଳ ହୋଇଥିବା ବେଳେ ତୃତୀୟ ସର୍ଜରୀ ୬ ସପ୍ତାହ ପରେ ହେବାନେଇ ସୂଚନା ଦେଇଛନ୍ତି ଚିକିତ୍ସା କରୁଥିବା ଡାକ୍ତର । ତେବେ ଆସନ୍ତା ଆଇପିଏଲ ଏବଂ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ (ଯଦି ଭାରତ ଯୋଗ୍ୟତା ଅର୍ଜନ କରେ)ରେ ପନ୍ତଙ୍କୁ ଦେଖିବାକୁ ମିଳିବ ନାହି’ ।

ତେବେ ଟିମ୍ ଇଣ୍ଡିଆ ପାଇଁ ଋଷଭ ପନ୍ତ ତିନୋଟି ଫର୍ମାଟରେ କ୍ରିକେଟ୍ ଖେଳିଛନ୍ତି । ସେ ବିସ୍ଫୋରକ ବ୍ୟାଟିଂରେ ଜଣେ ପାରଦର୍ଶୀ ଖେଳାଳି ଏବଂ କ୍ରିଜ ଉପରେ ପାଦ ଦେବା ମାତ୍ରେ ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ପ୍ରସିଦ୍ଧ । ସେ ଅଷ୍ଟ୍ରେଲିଆରେ ଭାରତୀୟ ଦଳ ସିରିଜ୍ ଜିତିଥିଲେ । ପନ୍ତ ଭାରତ ପାଇଁ ୩୩ ଟି ଟେଷ୍ଟ ମ୍ୟାଚ୍, ୩୦ ଟି ୱାନଡେ ଏବଂ ୬୬ ଟି -୨୦ ମ୍ୟାଚ୍ ଖେଳିଛନ୍ତି ।

Get real time updates directly on you device, subscribe now.