fbpx

ପାକିସ୍ତାନକୁ ବଡ଼ ଝଟକା: ଅବଦୁଲ ରେହମାନକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କଲା ମିଳିତ ଜାତିସଂଘ

ନୂଆଦିଲ୍ଲୀ: ଆତଙ୍କବାଦ କାର୍ଯ୍ୟକଳାପର ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନକୁ ଅନ୍ତର୍ଜାତୀୟ ସ୍ତରରେ ଲାଗିଛି ଏକ ବଡ଼ ଝଟକା । ପାକିସ୍ତାନୀ ଆତଙ୍କବାଦୀ ଅବଦୁଲ ରେହମାନ ମକ୍କୀକୁ ଗ୍ଲୋବାଲ ଆତଙ୍କୀ ଭାବେ ଘୋଷଣା କରିଛି ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) । ବର୍ତ୍ତମାନ ସୁଦ୍ଧା ଚୀନ ମକ୍କୀକୁ ଅନ୍ତର୍ଜାତୀୟ ଆତଙ୍କୀ ଘୋଷଣା ନେଇ ବାଧା ସାଜୁଥିଲା । ମାତ୍ର ଗତ ୧୬ ତାରିଖରେ ଚୀନ ପାକିସ୍ତାନ ଚୀନର ହାତ ଛାଡ଼ିଦେଇଥିବା ଜଣାପଡ଼ିଛି ।

ପୂର୍ବରୁ ଭାରତ ଓ ଆମେରିକା ମକ୍କୀକୁ ଆତଙ୍କୀ ଭାବେ ଘୋଷଣା କରିସାରିଥିଲେ । ମାତ୍ର ୟୁଏନ ସୁରକ୍ଷା ପରିଷଦରେ ଚୀନ ଭିଟୋ କ୍ଷମତା ପ୍ରୟୋଗ କରି ତାକୁ ଗ୍ଲୋବାଲ ଆତଙ୍କୀ ଘୋଷିତ ହେବାରୁ ବଞ୍ଚାଇ ଆସୁଥିଲା । ଗତ ବର୍ଷ ଜୁନ ମାସରେ ମକ୍କୀକୁ ଇସଲାମିକ ଷ୍ଟେଟ ଅଫ୍ ଇରାକ ଆଣ୍ଡ ଦି’ ଲେଭାଣ୍ଟ (ଆଇଏସଆଇଏଲ) ପ୍ରତିବନ୍ଧ ସମିତି ଓ ଅଲ-କାଏଦା ସହ ଜଡ଼ିତ ଆତଙ୍କବାଦୀ ଲିଷ୍ଟରେ ସାମିଲ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ମାତ୍ର ଚୀନ ମକ୍କୀକୁ ସମର୍ଥନ କରି ଭାରତ ଓ ଆମେରିକାର ପ୍ରସ୍ତାବକୁ ପାରିତ କରାଇ ଦେଇନଥିଲା ।

ମକ୍କୀ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା (ଏଲଇଟି) ଅର୍ଥାତ ଜମାତ ଉଲ ଦାବା (ଜୁଦ)ର ପଲିଟିକାଲ ୱିଙ୍ଗର ମୁଖ୍ୟ ଥିଲା । ମକ୍କୀକୁ ଏଲଇଟିର ଅନ୍ତର୍ଜାତୀୟ ମାମଲାର ମୁଖ୍ୟ ବୋଲି ମଧ୍ୟ କୁହାଯାଉଛି । ସେ ୨୬/୧୧ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ମହମ୍ମଦ ସଇଦର ଭିଣୋଇ ଅଟେ । ମକ୍କୀ ଭାରତର ଜମ୍ମୁ କଶ୍ମୀରରେ ଆତଙ୍କବାଦ ବିସ୍ତାର କରିବା, ଆତଙ୍କୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବା, ଆତଙ୍କୀ ସଂଗଠନ ପାଇଁ ଅର୍ଥ ଯୋଗାଡ଼ କରିବା, ଆତଙ୍କୀକୁ ଭତ୍ତି ର୍କରି ଟ୍ରେଣ୍ଡ କରିବା ଆଦି କାର୍ଯ୍ୟରେ ଲିପ୍ତ ଥିଲା । ଗତ ୨୦୦୦ରେ ହୋଇଥିଲା ଲାଲକିଲ୍ଲା ଆକ୍ରମଣ ୨୦୦୮ରେ ରାମପୁର କ୍ୟାମ୍ପରେ ହୋଇଥିବା ଆକ୍ରମଣ ପଛରେ ତା’ର ହାତ ଥିଲା ।

Get real time updates directly on you device, subscribe now.