fbpx

ଆମେରିକାରେ ଭୟଙ୍କର ଗୁଳିକାଣ୍ଡ, ୬ବର୍ଷର ଶିଶୁ ସମେତ ୬ ମୃତ

ନ୍ୟୁୟର୍କ: ଆମେରିକା କାଲିଫର୍ଣ୍ଣିଆରେ ପୁଣି ଥରେ ଏକ ହୃଦୟ ବିଦାରକ ଗୁଳିକାଣ୍ଡ ଘଟିଛି । ଗୁଳିକାଣ୍ଡରେ ୬ବର୍ଷ ଶିଶୁ ସମେତ ୬ଜଣଙ୍କ ମୃତ୍ୟୁ ଘଟିଥିବା କଥା ସାମ୍ନାକୁ ଆସିଛି । ୨ଅଭିଯୁକ୍ତଙ୍କୁ ଧରିବା ନେଇ ପୋଲିସ ଉଦ୍ୟମ ଚଳାଇଛି ।

ସୂଚନା ଅନୁଯାୟୀ, ଏହି ଗୁଳିକାଣ୍ଡ ସେଣ୍ଟ୍ରାଲ କାଲିଫର୍ଣ୍ଣିଆରେ ଘଟିଛି । ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ, ଏହି ଗୁଳିକାଣ୍ଡରେ ଜଣେ ୧୭ବର୍ଷିୟ କିଶୋର, ତାଙ୍କର ମା ଏବଂ ୬ବର୍ଷର ଶିଶୁର ମୃତ୍ୟୁ ଘଟିଛି । ତୁଲାରେ କାଉଁଣ୍ଟ ଶେରିଫର କାର୍ଯ୍ୟାଳୟ କହିଛି ଯେ, ସୋମବାର ଭୋର ୩.୩୦ମିନିଟରେ ପୂର୍ବଦିଗର ଏକ ଘରୁ ଗୁଳିମାଡ଼ର ଶବ୍ଦ ଶୁଭାଯାଇଥିଲା । ସେମାନେ ବହୁସଂଖ୍ୟାରେ ରାଉଣ୍ଡ ଫାଏରିଙ୍ଗ କରିଥିଲେ ।

ଶେରିଫ ମାଇକ୍ ବୁଡ୍ରୋଏକ୍ସ ଅଧିକାରୀ ଯେତେବେଳେ ସେଠାରେ ପହଁଚିଥିଲେ ୨ଜଣ ପୀଡିତଙ୍କୁ ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ପାଇଥିଲେ ଏବଂ ଅନ୍ୟାନ୍ୟ ଲୋକେ ଭିତରେ ଥିଲେ । ସେମାନଙ୍କୁ ହସ୍ପିଟାଲ ନିଆଯାଇଥିଲା, ହେଲେ ସେଠାରେ ସମସ୍ତେ ମୃତ୍ୟୁ ପ୍ରାଣ ହରାଇଥିଲେ ।

ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ, ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଦେଇଛି । ପାଖରେ ଲଗାଯାଇଥିବା ସିସିଟିଭି ଫୁଟେଜକୁ ଚେକ୍ କରିବା ସହ ଆଖପାଖ ଲୋକଙ୍କୁ ମଧ୍ୟ ପଚରାଉଚରା ଚାଲିଛି । ପୋଲିସର ଆଶଙ୍କା ଯେ, ସେଠାରେ ୨ଜଣ ବ୍ୟକ୍ତି ଏହି ଗୁଳିଚାଳନା କରିଥିଲେ । ଏହି ୨ବ୍ୟକ୍ତି ଦକ୍ଷ ଗୁଳିଚାଳକ ବୋଲି କୁହାଯାଉଛି । ବର୍ତ୍ତମାନ ଏହି ମାମଲାର ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.