CHARIDHAM

ଆପଣଙ୍କୁ ଭାବପ୍ରବଣ କରିବ ଋଷଭ ପନ୍ତଙ୍କ ଏହି ଭିଡିଓ, ସେୟାର ହେବା ମାତ୍ରେ ଭଲପାଇବା ବର୍ଷ କଲେ ଶୁଭେଚ୍ଛୁ

ନୂଆଦିଲ୍ଲୀ: ଭାରତର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ କାର୍ ଦୁର୍ଘଟଣା ପରେ ଆନ୍ତର୍ଜାତୀୟ କ୍ରିକେଟ୍‌ରୁ ଦୁରରେ ରହିଛନ୍ତି। ଭୟଙ୍କର ଦୁର୍ଘଟଣାର ସାମ୍ନା କରି ଅସ୍ତ୍ରୋପଚାର ପରେ ଋଷବ ନିରନ୍ତର ସୁସ୍ଥ ହେଉଛନ୍ତି। ତେବେ ପଡ଼ିଆରେ ଆସି କ୍ରିକେଟ୍ ଖେଳିବା ପାଇଁ ତାଙ୍କୁ ଆହୁରି ୫ରୁ ୭ ମାସ ଲାଗିପାରେ। ପନ୍ତ ନିଜର ଫଟ୍‌ନେସ୍‌କୁ ନେଇ ଲଗାତାର ସୋସିଆଲ ମିଡିଆରେ ଅପଡେଟ୍ ଦେଉଛନ୍ତି। ଏବେ ପନ୍ତ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଏକ ସୁଇମିଂ ପୁଲ୍‌ରେ ଚାଲୁଛନ୍ତି।

ପନ୍ତ ପୁଲ୍‌ରେ ଏକ ବାଡ଼ି ସାହାଯ୍ୟରେ ଚାଲୁଛନ୍ତି। ଏବେ ପନ୍ତଙ୍କୁ ଚାଲିବା ପାଇଁ ସାହାରା ଆବଶ୍ୟକ ପଡୁଛି। ପନ୍ତ ଏହି ଭିଡିଓ ସେୟାର କରି ଲେଖିଛନ୍ତି, ”ଛୋଟ ଜିନିଷ, ବଡ ଜିନିଷ ଏବଂ ମଝିରେ ଥିବା ସମସ୍ତ ଜିନିଷ ପାଇଁ କୃତଜ୍ଞ।” ଏହି ଭିଡିଓରେ ଅନେକ କ୍ରିକେଟ୍ ଏବଂ ପନ୍ତଙ୍କର ପ୍ରଶଂସକମାନେ ତାଙ୍କର ଶିଘ୍ର ପ୍ରତ୍ୟାବର୍ତ୍ତନ ପାଇଁ ପ୍ରାର୍ଥନା କରିଥିଲେ।

ନିକଟରେ ପନ୍ତ ଦୁଇଟି ପୋଷ୍ଟ ମାଧ୍ୟମରେ କହିବାକୁ ଚେଷ୍ଟା କରିଥିଲେ ଯେ ତାଙ୍କ ମନରେ କଣ ଚାଲିଛି। ପନ୍ତ ଇନଷ୍ଟାଗ୍ରାମ କାହାଣୀରେ ଚେସର ପ୍ରଥମ ଫଟୋ ସେୟାର କରିଥିଲେ। ସେ ଚେସ ଖେଳିବାକୁ ବହୁତ ପସନ୍ଦ କରନ୍ତି। ସେ ଚେସ ଖେଳ ପରି କ୍ରିକେଟ୍ ପଡ଼ିଆରେ ତୁରନ୍ତ ସବୁକିଛି ବଦଳାଇବାରେ ପାରଙ୍ଗମ। ଏହି ପୋଷ୍ଟରେ ସେ ପ୍ରଶଂସକମାନଙ୍କୁ ମଧ୍ୟ ଏକ ପ୍ରଶ୍ନ ପଚାରିଥିଲେ। ଫଟୋ ଶେୟାର କରିବା ସହିତ ପନ୍ତ ଲେଖିଥିଲେ – “କିଏ ଖେଳୁଛି ଅନୁମାନ କରିପାରିବ କି?”

Rishabh Pant

ଏହା ପରେ ପନ୍ତ ତାଙ୍କର ଦ୍ୱିତୀୟ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଛୋଟ ଭିଡିଓ ସେୟାର କରିଥିଲେ। ଏହି ଭିଡିଓରେ ସେ ଛାତରେ ବସିଥିଲେ। ତାଙ୍କର ଜଣେ ବନ୍ଧୁଙ୍କ ଦ୍ୱାରା ପ୍ରସ୍ତୁତ ଏକ ଭିଡିଓ ଥିଲା। ଛାତ ଉପରେ ସାମାନ୍ୟ ପବନ ହେଉଥିବା ବେଳେ ପନ୍ତ ଛାତରେ ବସିଥିଲେ।