fbpx
BJD
BJD SKY
BJD SKY

ଭାଇରାଲ ହେଉଛି ଋଷି ସୁନକଙ୍କ ୨୦ ବର୍ଷ ପୁରୁଣା ଭିଡିଓ , ପଡ଼ିବ କି’ ଏହାର ପ୍ରଭାବ?

ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବର୍ତ୍ତମାନ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଦୌଡ଼ରେ ସବୁଠୁ ଆଗରେ ଅଛନ୍ତି । ବୁଧବାର ପ୍ରଥମ ରାଉଣ୍ଡ ଭୋଟ୍‌ରେ ସୁନକ ୮୮ ଭୋଟ ସହ ଶୀର୍ଷରେ ରହିଛନ୍ତି । ବାକି ପ୍ରତିଦ୍ୱନ୍ଦ୍ୱୀମାନେ ସେମାନଙ୍କ ପଛରେ ଅଛନ୍ତି । ଏଭଳି ପରିସ୍ଥିତିରେ ଋଷି ସୁନକ ନୂତନ ପ୍ରଧାନମନ୍ତ୍ରୀ ହୋଇପାରିବେ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି । ଯଦି ଏହା ଘଟେ, ସେ ବ୍ରିଟେନ ଇତିହାସରେ ପ୍ରଥମ ଭାରତୀୟ ବଂଶୋଦ୍ଭବ ପିଏମ ହେବେ । ତେବେ ଏହାରି ମଧ୍ୟରେ ଋଷି ସୁନକଙ୍କ ଏକ ୨୦ ବର୍ଷ ପୁରୁଣା ଭିଡିଓ ଭାଇରାଲ ହେଉଛି । ବ୍ରିଟେନରେ ବିରୋଧୀ ଦଳର ଜଣେ ନେତା ମଧ୍ୟ ଏହି ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓ ଋଷି ସୁନକଙ୍କ ରାସ୍ତାରେ ବାଧା ସଷ୍ଟି କରିପାରେ ।

ବ୍ରିଟିଶ ପ୍ରଧାନମନ୍ତ୍ରୀ ଦୌଡ଼ରେ ଥିବା ଋଷି ସୁନକ ବର୍ତ୍ତମାନ ସବୁଠାରୁ ଧନୀ ପ୍ରାର୍ଥୀ ଅଟନ୍ତି । ବୋରିସ୍ ଜନସନଙ୍କ କାର୍ଯ୍ୟକାଳ ମଧ୍ୟରେ ବି ଋଷି ସୁନକ ସବୁଠାରୁ ଧନୀ ମନ୍ତ୍ରୀ ଥିଲେ। ଋଷି ସୁନକ ହେଉଛନ୍ତି ଭାରତର ଅଗ୍ରଣୀ ବୈଷୟିକ କମ୍ପାନୀ ଇନଫୋସିସର ପ୍ରତିଷ୍ଠାତା ଏନ ନାରାୟଣ ମୁର୍ତ୍ତୀଙ୍କ ପୁତୁରା । ନାରାୟଣ ମୁର୍ତ୍ତୀଙ୍କ ଝିଅ ଅକ୍ଷିତା ମୁର୍ତ୍ତୀ ଋଷି ସୁନକଙ୍କ ପତ୍ନୀ । ଅକ୍ଷିତା ୟୁରୋପର ସବୁଠାରୁ ଧନୀ ମହିଳାମାନଙ୍କ ମଧ୍ୟରୁ ଜଣେ  ।

ଋଷି ସୁନକ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ବ୍ରିଟେନର ଲେବର ପାର୍ଟୀର ସାଂସଦ ଡାଭିଟ ଲାମି ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଭିଡିଓକୁ ୨୦ ବର୍ଷ ପୁରୁଣା କୁହାଯାଉଛି  । ମାର୍ଚ୍ଚ ୨୦୦୧ ରେ ବିବିସିକୁ ଦେଇଥିବା ଏକ ସାକ୍ଷାତକାରରେ ଋଷି ସୁନକ କହିଥିଲେ ଯେ ତାଙ୍କର ସାଙ୍ଗମାନେ ଉଚ୍ଚ ଜାତିର ଏବଂ ଧନୀ ଶ୍ରେଣୀର ଥିଲେ । ଗରିବ ଏବଂ ଶ୍ରମିକ ଶ୍ରେଣୀର ଲୋକମାନେ କଦାପି ତାଙ୍କର ବନ୍ଧୁ ନଥିଲେ  । ବିରୋଧୀ ସାଂସଦ ଡେଭିଡ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରି ଏକ କ୍ୟାପସନ ଲେଖିଛନ୍ତି ଯେ ଯଦି ଋଷି ସୁନକ ପ୍ରଧାନମନ୍ତ୍ରୀ ହୁଅନ୍ତି, ତେବେ ସେ ଏକ ନିର୍ଦ୍ଦିଷ୍ଟ ଶ୍ରେଣୀର ପ୍ରଧାନମନ୍ତ୍ରୀ ହେବେ, ସମସ୍ତଙ୍କର ନୁହଁନ୍ତି ।

ଏହି ଭିଡିଓରେ ସେ ନିଜକୁ ମଧ୍ୟ ସଂଶୋଧନ କରିଛନ୍ତି କିନ୍ତୁ ବିରୋଧୀ ଦଳ ସୋସିଆଲ ମିଡିଆରେ ଋଷି ସୁନକଙ୍କ ବିରୋଧରେ ପ୍ରଚାର କରୁଛନ୍ତି । ବିରୋଧୀ ଦଳ ଚାହୁଁ ନାହାଁନ୍ତି ଯେ ଋଷି ସୁନକ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୁଅନ୍ତୁ, ତେଣୁ ତାଙ୍କ ବିରୋଧରେ ଏଭଳି ପ୍ରଚାର ପ୍ରସାର କରାଯାଉଥିବା ନେଇ କୁହାଯାଉଛି ।

Get real time updates directly on you device, subscribe now.