fbpx
BJD
BJD SKY
BJD SKY

ଭାରତରେ ମିଳିଲା ଦୁର୍ଲଭ ବ୍ଲଡ ଗ୍ରୁପ: ଏହି ଜାଗାରୁ ଦେଶର ପ୍ରଥମ ଏବଂ ପୃଥିବୀର ଦଶମ ବ୍ୟକ୍ତି

ନୂଆଦିଲ୍ଲୀ: ଦେଶରେ ଏକ ଦୁର୍ଲଭ ପ୍ରକାରର ବ୍ଲଡ ଗ୍ରୁପକୁ ଚିହ୍ନଟ କରାଯାଇଛି । ଏବେ ପର୍ଯ୍ୟନ୍ତ ଏ, ବି, ଓ ଏବଂ ଏବି ବ୍ଲଡ ଗ୍ରୁପ ବିଷୟରେ ସମସ୍ତେ ଜାଣିଥିଲେ । କିନ୍ତୁ ଏବେ ଇଏମଏମ ନେଗେଟିଭ ନାମକ ଆଉ ଏକ ଗ୍ରୁପ ଚିହ୍ନଟ କରାଯାଇଛି । ତେବେ ଏହି ବ୍ଲଡ ଗ୍ରୁପ ଥିବା ବ୍ୟକ୍ତି ଜଣକ ଗୁଜୁରାଟର ରାଜକୋଟରେ ଥିବା ଜାଣିବାକୁ ମିଳିଛି । ୬୫ ବର୍ଷୀୟ ଏହି ବ୍ୟକ୍ତି ଜଣକ ଏବେ ହୃଦଘାତ ରୋଗରେ ପୀଡିତ ହୋଇଛନ୍ତି ।

ଏହି ଦୁର୍ଲଭ ବ୍ଲଡ ଗ୍ରୁପ ତିବା ଏହି ବ୍ୟକ୍ତି ହେଉଛନ୍ତି ବିଶ୍ୱର ଦଶମ ତଥା ଦେଶର ପ୍ରଥମ ବ୍ୟକ୍ତି । ମଣିଷ ଶରୀରରେ ୪୨ ପ୍ରକାରର ବ୍ଲଡ ସିଷ୍ଟମ ରହିଥାଏ- ଏ, ବି, ଓ, ଆର.ଏଚ ଏବଂ ଡଫି । ଇଏମଇଏମ ନେଗେଟିଭ ବ୍ଲଡ ଗ୍ରୁପକୁ ୪୨ ତମ ବ୍ଲଡ ଗ୍ରୁପ ସିଷ୍ଟମ ବୋଲି କୁହାଯାଉଛି । ଏହି ବ୍ଲଡ ଗ୍ରୁପର ଲୋକମାନଙ୍କ ଶରୀରରେ ଇଏମଏମ ହାଇ-ଫ୍ରିକ୍ୱେନ୍ସି ଆଣ୍ଟିଜେନ କମ ରହିଥାଏ । ତେଣୁ ଏମାନେ ବ୍ଲଡ ଦେଇ ପାରନ୍ତି ନାହିଁ କିମ୍ବା କାହାଠାରୁ ରକ୍ତ ନେଇ ପାରନ୍ତି ନାହିଁ ।

Rarest Blood EMM Negative

ଗୁଜୁରାଟର ଏହି ବ୍ୟକ୍ତିଙ୍କୁ ହାର୍ଟ ସର୍ଜରୀ ପାଇଁ ଏବେ ରକ୍ତର ଆବଶ୍ୟକତା ରହିଛି । କିନ୍ତୁ ଏହି ବ୍ଲଡ ଗ୍ରୁପ ଖୁବ ବିରଳ ହୋଇଥିବାରୁ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ରକ୍ତ ମିଳିବା କଷ୍ଟକର ହୋଇ ପଡିଛି । ତେବେ ଏହି ଦୁର୍ଲଭ ବ୍ଲଡ ଗ୍ରୁପର ପ୍ରକାର ଗୋଲ୍ଡେନ ବ୍ଲଡ ହୋଇଥାଏ, ଯାହା ବିଶ୍ୱର ମୋଟ ୪୩ ଲୋକଙ୍କ ଦେହରେ ଦେଖାଯାଇଥାଏ । ତେଣୁ ଏହି ବ୍ଲଡ ଗ୍ରୁପର ଲୋକମାନଙ୍କୁ ଖୁବ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ।

ପ୍ରଥମ ଥର ପାଇଁ ୧୯୬୧ ମସିହାରେ ଏହି ଗୋଲ୍ଡେନ ବ୍ଲଡ ଦେଖିବାକୁ ମିଳିଥିଲା । ଅଷ୍ଟ୍ରେଲିଆର ଜଣେ ମହିଳାଙ୍କ ରକ୍ତ ପରୀକ୍ଷା କରିବା ବେଳେ ଏହାକୁ ଚିହ୍ନଟ କରାଯାଇଥିଲା ।

Get real time updates directly on you device, subscribe now.