fbpx

୨୦୨୨ ର ଚର୍ଚ୍ଚିତ ଫିଲ୍ମ ଏବଂ ୱେବସିରିଜ୍, IMDb ଜାରି କଲା ଲିଷ୍ଟ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷରୁ ଠପ୍ ପଡ଼ିଥିବା ଫିଲ୍ମ ଇଣ୍ଡଷ୍ଟ୍ରୀ ଚଳିତ ବର୍ଷ ଠାରୁ ପୁଣି କମ୍ ବ୍ୟାକ୍ କରିଛି । ୨୦୨୨ ରେ ସିନେ-ପ୍ରେମୀଙ୍କୁ ଅନେକ ଏଣ୍ଟରଟେନିଂ ଫିଲ୍ମ ଦେଖିବାକୁ ମିଳିଛି । ଏଥିରେ ସାଉଥ୍ ଆକ୍ଟର ଏବଂ ଫିଲ୍ମର ଖୁବ୍ ଚର୍ଚ୍ଚା ହେଉଛି । ଏହା ସହ ଅନେକ ଏଭଳି ୱେବ୍ ସିରିଜ୍ ମଧ୍ୟ ଆସିଛି ଯାହା ଖୁବ୍ ପ୍ରଶଂସା ମଧ୍ୟ ସାଉଁଟିଛି । ବର୍ଷର ପ୍ରାୟ ୬ ମାସ ବିତିସାରିଛି । ଏବେ ଆଇଏମଡିବି ତରଫରୁ ୧୦ ସବୁଠୁ ଲୋକପ୍ରିୟ ଫିଲ୍ମ ଏବଂ ୱେବ୍ ସିରିଜ୍ ର ଲିଷ୍ଟ ଜାରି କରିଛି ।

ଆଇଏମଡିବି ର ରେଟିଂ ଉପରେ ଦର୍ଶକ ଭରସା କରିଥାନ୍ତି । ଏଠାରେ ଫିଲ୍ମ, ଟିଭି, ୱେବ୍ ସିରିଜ୍ ଇତ୍ୟାଦି ସହ ଜଡ଼ିତ ଅନେକ ସୂଚନା ମିଳିଥାଏ । ଆଇଏମଡିବି ତରଫରୁ ଜାରି ହୋଇଥିବା ଏହି ଲିଷ୍ଟ ୧ ଜାନୁଆରୀ ୨୦୨୨ ରୁ ୫ ଜୁଲାଇ ୨୦୨୨ ମଧ୍ୟରେ ରିଲିଜ୍ ହୋଇଥିବା ଫିଲ୍ମ ଏବଂ ୱେବ ସିରିଜକୁ ନେଇ ରହିଛି । ତେବେ ଆସନ୍ତୁ ଜାଣିବା ଭାରତର ଟପ୍ ୧୦ ଫିଲ୍ମ ଏବଂ ୱେବସିରିଜ୍ ରହିଛନ୍ତି ।

ଫିଲ୍ମ:

ଫିଲ୍ମ ଲିଷ୍ଟ ବକ୍ସ ଅଫିସ୍ ଡାଟା ନୁହେଁ ବରଂ ୟୁଜର୍ସଙ୍କ ଭ୍ୟୁ ଉପରେ ଆଧାରିତ । ଏଥିରେ ସବୁଠୁ ଉପରେ ନାମ ରହିଛି ‘ଦ କାଶ୍ମୀର ଫାଇଲ୍ସ’, ଏହାପରେ ‘କେଜିଏଫ୍ ଚାପ୍ଟର-୨’, ‘RRR’, ଲିଷ୍ଟରେ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଝୁଣ୍ଡ୍’ ମଧ୍ୟ ରହିଛି ।

୨୦୨୨ ର ଲୋକପ୍ରିୟ ୱେବସିରିଜ୍:

Campus Diaries (MX Player)

Yeh Kaali Kaali Ankhein (Netflix)

Apharan (Voot & ALTBalaji)

Escaype Live (Disney+ Hotstar)

Mai (Netflix)

The Fame Game (Netflix)

Get real time updates directly on you device, subscribe now.