fbpx
BSKY
BJD MC SKY
BJD MS SKY

SBI ଗ୍ରାହକଙ୍କୁ ଝଟକା, ବ୍ୟାଙ୍କ୍ ବଢ଼ାଇଲା ସୁଧ ଦର, ବଢ଼ିବ EMI ବୋଝ

ନୂଆଦିଲ୍ଳୀ: ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ୍ ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ଗ୍ରାହକଙ୍କୁ ପାଇଁ ଝଟକା ଦେଇଛି । ଏବେ ଏସବବିଆଇ ମଧ୍ୟରେ ଲୋନ ମହଙ୍ଗା ହେବ । ଏବଂ ନୂଆ ପୁରୁଣା ଗ୍ରାହକ୍କୁ ଇଏମ୍ରଶଷଇ ମଧ୍ୟ ବଢ଼ିଯିବ । ପ୍ରକୃତରେ ଏସବିଆଇ ନିଜ ମାର୍ଜିନାଳ କଷ୍ଟ ଅଫ୍ ଲେଣ୍ଡିଂ ରେଟ୍ (ଏମସିଏଲଆର) ରେ ବୃଦ୍ଧି କରିଛି । ଏନେଇ ବ୍ୟାଙ୍କ୍ ଘୋଷଣାମଧ୍ୟ କରିଛି । ନୂଆ ଦର ୧୫ ଜୁଲାଇ ଠାରୁ ଲାଗୁ ହେବ ।

ସୂଚନାଯୋଗ୍ୟ, ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଦ୍ୱାରା ରେପୋ ରେଟ୍ ବଢ଼ାଯିବା ପରେ ପ୍ରାୟ ସବୁ ସରକାରୀ ଏବଂ ବେସରକାରୀ ବ୍ୟାଙ୍କ ହୋମ ଲୋନ୍, ପର୍ସନାଲ ଲୋନ୍ ଏବଂ ଗାଡ଼ି ଲୋନ୍ ରେ ସୁଧ ବଢ଼ାଇଛନ୍ତି ।

ଉଲ୍ଲେଖନୀୟ କଥା ହେଉଛି, ଚଳିତ ବର୍ଷ ଏପ୍ରିଲରୁ  ଏସବିଆଇ ଏମସିଏଲଆର ବୃଦ୍ଧି କରୁଛି  । ଜୁନ୍ ମାସରେ, ଏମସିଏଲଆର କୁ ୨୦ବେସିସ୍ ପଏଣ୍ଟକୁ ବୃଦ୍ଧି କରିଥିଲା । ଏସବିଆଇ ଏମସିଏଲଆର ବୃଦ୍ଧି ପାଇଁ ବିଜ୍ଞପ୍ତି ଜାରି କରିଛି । ଏହି ବିଜ୍ଞପ୍ତି ଅନୁଯାୟୀ,

ଏକ ବର୍ଷର ଲୋନ ପାଇଁ ଏମସିଏଲଆର ୭.୪୦ ରୁ ୭.୫୦ ପ୍ରତିଶତକୁ ବୃଦ୍ଧି କରାଯାଇଛି ।

ଛଅ ମାସର ଲୋନ୍ ପାଇଁ  ଏମସିଏଲଆର ୭.୩୫ ରୁ ୭.୪୫ ପ୍ରତିଶତକୁ ବୃଦ୍ଧି କରାଯାଇଛି  ।

ଦୁଇ ବର୍ଷ ଏବଂ ତିନି ବର୍ଷ ପାଇଁ ଏମସିଏଲଆର କୁ ୭.୭୦ ପ୍ରତିଶତରୁ ୭.୮୦ ପ୍ରତିଶତକୁ ବୃଦ୍ଧି କରାଯାଇଛି  ।

ଉଲ୍ଲେଖଯୋଗ୍ୟ, ଆରବିଆଇର ରେପୋ ରେଟ୍ ବଢ଼ିବା ପରେ ଅନେକ ନିକଟରେ ଅନେକ ସୁଧହାରରେ ବୃଦ୍ଧି କରିସାରିଛନ୍ତି । ଯେଉଁଥିରେ ଏଚଡିଏଫସି ବ୍ୟାଙ୍କ୍, ଆଇସିଆଇସି ବ୍ୟାଙ୍କ ୍, ବ୍ୟାଙ୍କ୍ ଅଫ୍ ବରୋଦା ସାମିଲ ଅଛନ୍ତି ।

Get real time updates directly on you device, subscribe now.