fbpx

ରାଜ୍ୟରେ ବଡ ବନ୍ୟାଆଶଙ୍କା : ବିପଦ ସଂଙ୍କେତ ଉପରେ ପ୍ରବାହିତ ହୀରାକୁଦ ସମେତ ଅନ୍ୟ ନଦୀ

ଭୁବନେଶ୍ୱର: ଉପର ମୁଣ୍ଡରେ ଲଗାଣ ବର୍ଷା କାରଣରୁ ବଢିବାର ଲାଗିଛି ଜଳସ୍ତର । ଫଳରେ ରାଜ୍ୟରେ ବଡ ବନ୍ୟା ହେବାର ଆଶଙ୍କା କରାଯାଉଛି । ବର୍ତ୍ତମାନ ସୁଦ୍ଧା ହୀରାକୁଦର ମୋଟ ୪୦ ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ କୁଶଭଦ୍ରା ନଦୀରେ ବଡ ଘାଇ ହୋଇଛି ।

ସକାଳ ୬ଟା ସୁଦ୍ଧା ହୀରାକୁଦର ଜଳ ସ୍ତର ୬୨୬.୫୬ ଫୁଟ୍ ଥିବାବେଳେ ଡ୍ୟାମ୍ କୁ ୫ ଲକ୍ଷ ୯୭ ହଜାର ୯୨ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ସେହିପରି ୬ ଲକ୍ଷ ୭୯ ହଜାର ୬୮୩ କ୍ୟୁସେକ୍ ଜଳ ଡ୍ୟାମ୍ ରୁ ନିଷ୍କାସନ ହେଉଛି । ଅନ୍ୟପକ୍ଷେ ରାଜ୍ୟର ବିଭିନ୍ନ ନଦୀରେ ଛୋଟ ବନ୍ୟା ପରିସ୍ଥିତି ମଧ୍ୟ ଦେଖା ଦେଇଛି । ସେହିପରି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଦେବୀ ନଦୀ । ବିପଦ ସଂକେତ ୫୭ ଫୁଟ୍ ଥିବାବେଳେ ବର୍ତ୍ତମାନ ଦେବୀ ନଦୀର ଜଳସ୍ତର ୬୦.୨୦ ଫୁଟ୍ ରହିଛି । ଏତତ୍ ବ୍ୟତୀତ କୁଶଭଦ୍ରା ନଦୀରେ ମଧ୍ୟ ୨୫ ଫୁଟ୍ ଦୀର୍ଘ ଘାଇ ସୃଷ୍ଟି ହୋଇଛି । ଏହି ଘାଇ କାରଣରୁ ୬ଟି ପଞ୍ଚାୟତର ଶତାଧିକ ଗାଁ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି ।

ତେବେ ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୦ ଟି ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟିକୁ ସପ୍ତାହକ ପାଇଁ ବାତିଲ କରିଦେଇଛନ୍ତି । ଏଥିସହିତ ଯେଉଁ କର୍ମଚାରୀମାନେ ଛୁଟିରେ ଅଛନ୍ତି ସେମାନଙ୍କୁ ମଧ୍ୟ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ବିଭିନ୍ନ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ ତଳିଆ ଅଞ୍ଚଳର ଅନେକ ଗ୍ରାମ ଜଳ ମଗ୍ନ ହେବାର ଲାଗିଛିା ଫଳରେ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Get real time updates directly on you device, subscribe now.