fbpx

5G, ସ୍ପିଡ ସହ ବଢ଼ିବ ବିପଦ: ସାଇବର ସିକ୍ୟୁରିଟିକୁ ନେଇ ୟୁଜର୍ସଙ୍କୁ ହେବାକୁ ପଡ଼ିବ ଅଧିକ ସତର୍କ

ନୂଆଦିଲ୍ଲୀ: ଭାରତରେ ଆଜିଠାରୁ ୫ଜି ଯୁଗର ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିଲ୍ଲୀ ପ୍ରଗତି ମଇଦାନରେ ଭାରତୀୟ ମୋବାଇଲ୍ କଂଗ୍ରେସରେ ୫ଜି ସେବାର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୩ ସହର ଅହମଦାବାଦ, ବେଙ୍ଗାଲୁରୁ, ଚଣ୍ଡିଗଡ଼, ଚେନ୍ନାଇ, ଦିଲ୍ଳୀ, ଗାନ୍ଧୀନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ ଏବଂ ପୁଣେରେ ୫ଜି ନେଟୱର୍କର ଆରମ୍ଭ ହେବ । ରିଲାଏନ୍ସ ଜିଓ ଦେଶର ସବୁ ମେଟ୍ରୋ ସହରରେ ଦିପାବଳୀ ସୁଦ୍ଧା ୫ଜି ଲଞ୍ଚ କରିବାପାଇଁ ଘୋଷଣା କରିଛି ।

୫ଜି ଦ୍ୱାରା ସ୍ୱାସ୍ଥ୍ୟ, ଶିକ୍ଷା, ବ୍ୟାଙ୍କିଂ ସେକ୍ଟର, ଟ୍ରାନ୍ସପୋର୍ଟ, ଶକ୍ତି, ମହାକାଶ ସବୁ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ହେବ । ଏହାଦ୍ୱାରା ଜୀବନ ବେଶ୍ ସହଜ ହୋଇଯିବ । ଗୋଟିଏ ପଟେ ଏହାର ସକାରାତ୍ମକ ଦିଗ ରହିଥିବାବେଳେ । ଅନ୍ୟପଟେ ହ୍ୟାକିଂ କିମ୍ବା ଡାଟା ଚୋରି ଭଳି ନକାରାତ୍ମକ ଦିଗ ମଧ୍ୟ ରହିଛି । ୫ଜି ୱାୟାରଲେସ୍ ଇଣ୍ଟରନେଟ୍ ସ୍ପିଡ୍ ବଢ଼ାଇବ । ଏହାର ବହୁତ ଫାଇଦା ଅଛି । ପ୍ରତ୍ୟେକ ଜିନିଷର କିଛି ଉପକରାରିତା ଏବଂ କିଛି ଅପକାରିତା ରହିଛି । ଯାହା ୫ଜି ଉପରେ ମଧ୍ୟ ଲାଗୁ ହେଉଛି ।

ଆଜିର ସମୟରେ ସବୁ ଡିଭାଇସ ଏକ ଛୋଟ କମ୍ପ୍ୟୁଟର ପାଲଟିଛି । ଭାରତର ବର୍ତ୍ତମାନର ଇଣ୍ଟରନେଟ୍ ଭିତ୍ତିଭୂମିରେ ଅନେକ ତ୍ରୁଟି ରହିଛି ଯାହା ଡାଟା ପ୍ରୋଟେକ୍ସନକୁ ଦୁର୍ବଳ କରୁଛି । ଆଉ ଏହା ୫ଜି ସହ ବଢ଼ିପାରେ । ୫ଜି ଆରମ୍ଭ ହେବାଦ୍ୱାରା ସ୍ମାର୍ଟ ହୋମ ଡିଭାଇ, କାରର ଇନଫୋଟେନମେଣ୍ଟ ସିଷ୍ଟମ, ସ୍ମାର୍ଟ ଟିଭି ସହ ଅନେକ ଉପକରଣ ଇଣ୍ଟରନେଟ୍ ସହ ଯୋଡ଼ି ହେବ । ଯାହା ଡାଟା ସୁରକ୍ଷା ପାଇଁ ଦୁର୍ବଳତା ଆଣିପାରେ । ୫ଜିର ବଡ଼ ବ୍ୟାଣ୍ଡୱିଡଥ ଅପରାଧୀଙ୍କୁ ସହଜରେ ଡାଟାବେସ ଚୋରି କରିବାରେ ସହାୟତା କରିବେ । ସମୟ ସହ ଆହୁରି ଅଧିକ ଉପକରଣ ଯୋଡ଼ିହେବ ଏବଂ ଏହାଦ୍ୱାରା ସାଇବର ଆଟାକ୍ ସଂଖ୍ୟା ମଧ୍ୟ ବଢ଼ିପାରେ ।

ବିଶେଷଜ୍ଞମାନେ କହିଛନ୍ତି ଯେ ଡାଟା ସୁରକ୍ଷା ଏବଂ ସାଇବର ଆଟାକକୁ ରୋକିବା ପାଇଁ ସରକାରଙ୍କୁ ଇକୋସିଷ୍ଟମ ତିଆରି କରିବାକୁ ପଡ଼ିବ । ସରକାର ଡାଟା ସୁରକ୍ଷାକୁ ନେଇ ମଧ୍ୟ ସତର୍କ ଅଛନ୍ତି । ଏଥିପାଇଁ ଖୁବଶୀଘ୍ର ସରକାର ପ୍ରୋଟେକ୍ସନ ଆଣୁଛନ୍ତି । ମୋବାଇଲ ସିମର ଦୁରୂପଯୋଗକୁ ରୋକିବା ପାଇଁ ସିମର ଆଇଏମଇଆଇ ନମ୍ବର ରେଜିଷ୍ଟ୍ରେସନ କରିବା ବାଧ୍ୟତାମୂଳକ କରାଇଛନ୍ତି ।

ସେହିଭଳି ୫ଜି ସେବାର ବ୍ୟବହାର କରୁଥିବା ୟୁଜରଙ୍କୁ ମଧ୍ୟ ଅଧିକ ସତର୍କ ରହିବାକୁ ପଡ଼ିବ । ଦ୍ରୁତ ଇଣ୍ଟରନେଟ୍ ସ୍ପିଡ ସାଇବର ଅପରାଧିଙ୍କୁ ମଧ୍ୟ ଦ୍ରୁତ ଭାବରେ ସାଇବର ଆଟାକ୍ କରିବାରେ ସହାୟକ ହେବ । ଏଥିପାଇଁ ଇଣ୍ଟରନେଟ୍ ବ୍ୟବହାର ସମୟରେ ଟିକେବି ଭୁଲ୍ ୟୁଜର୍ସଙ୍କୁ ଭାରିପଡ଼ିପାରେ । ଏଥିପାଇଁ ବେଶ୍ ସତର୍କ ହେବାକୁ ପଡ଼ିବ । ପାସୱାର୍ଡ, ଓଟିପି, ବ୍ୟକ୍ତିଗତ ତଥ୍ୟ, ଫାଇନାନ୍ସସିଆଲ ଏବଂ ବ୍ୟାଙ୍କିଂ ଡାଟା ଶେୟାର ନକରିବା କିମ୍ବା ନିଶ୍ଚିତ ନହୋଇ କିଛିବି ଡାଉନଲୋଡ୍ କରିବା ଅଭ୍ୟାସ କରିବାକୁ ହେବ ।

Get real time updates directly on you device, subscribe now.