fbpx

(See Video) ଯୁଦ୍ଧ ପାଇଁ ରୁଷରେ ବ୍ୟାନ୍ ହେଲା ଇନଷ୍ଟାଗ୍ରାମ୍: ଯୁବତୀ କାନ୍ଦି କାନ୍ଦି କହୁଛନ୍ତି ‘ଇଏ ମୋ ଜୀବନ, ମୁଁ ତା’ ବିନା ବଞ୍ଚି ପାରିବି ନାହିଁ’

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡ଼ିଆ ସମସ୍ତଙ୍କୁ ସତସତିକା ପାଗଳ କରିଦେଇଛି । ଆଜିକାଲିର ଯୁବକ ଯୁବତୀ ଫେସବୁକ, ହ୍ୱାଟସଆପ, ୟୁଟ୍ୟୁବ, ଇନଷ୍ଟାଗ୍ରାମକୁ ଛାଡ଼ି ଗୋଟିଏ ମୁହୂର୍ତ୍ତ ବି ରହି ପାରୁ ନାହାନ୍ତି । ନିକଟରେ ରୁଷରେ ଇନଷ୍ଟାଗ୍ରାମ ବ୍ଲକ ହୋଇଯାଇଛି, ତେଣୁ ଇଣ୍ଟରନେଟ ୟୁଜର୍ସ ଏହାର ବ୍ୟବହାର କରିପାରୁ ନାହାନ୍ତି । ସୈନିକଙ୍କ ବିରୋଧରେ ହିଂସା ସୃଷ୍ଟି କରାଯାଉଥିବା ଅଭିଯୋଗ ଆସିବା ପରେ ରୁଷରେ ଏହି ପଦକ୍ଷେପ ନିଆଯାଇଥିଲା ।

ତେବେ ନିକଟରେ ଜଣେ ରୁଷୀୟ ଯୁବତୀଙ୍କ କ୍ରନ୍ଦନ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଇନଷ୍ଟା ଆପ୍ ବ୍ୟାନ ହେବା ପରେ ଜଣେ ଯୁବତୀ କାନ୍ଦି କାନ୍ଦି କହୁଛନ୍ତି, ‘ଇନଷ୍ଟାଗ୍ରାମ ମୋ ପାଇଁ କେବଳ ଇନକମର ଏକମାତ୍ର ସୋର୍ସ ନୁହେଁ । ଇନଷ୍ଟାଗ୍ରାମ ମୋର ଜୀବନ ଆଉ ଆତ୍ମା, ମୁଁ ତା’ ବିନା ବଞ୍ଚି ପାରିବି ନାହିଁ । ତା’ ସହ ମୁଁ ବସୁଛି, ଉଠୁଛି ଓ ଶୋଉଛି । ମୁଁ ଗତ ୫ ବର୍ଷ ହେଲା ଇନଷ୍ଟାଗ୍ରାମ ବ୍ୟବହାର କରିଆସୁଛି ।’

ଗତ ୧୪ ତାରିଖରୁ ରୁଷର ଇନଷ୍ଟାଗ୍ରାମ ବ୍ଲକ ହୋଇଯାଇଛି । ତା’ ପୂର୍ବରୁ ଫେସବୁକ ଆକ୍ସେନ ମଧ୍ୟ ବ୍ଲକ ହୋଇସାରିଥିଲା । ଏଥିସହିତ ଟ୍ୱିଟରରେ ମଧ୍ୟ ଲିମିଟେଡ ଆକ୍ସେସ ନେଇ କଟକଣା ଲାଗୁ କରାଯାଇଛି ।

Get real time updates directly on you device, subscribe now.