fbpx

ପୁଟିନଙ୍କ ପାଇଁ ଫସିଲେ ତାଙ୍କର ସିକ୍ରେଟ ଗାର୍ଲଫ୍ରେଣ୍ଡ, ଖୁବଶୀଘ୍ର ଦେଶରୁ ହେବେ ବିତାଡ଼ିତ

ନୂଆଦିଲ୍ଲୀ: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୨୪ ଦିନରେ ପହଞ୍ଚିଛି । ତେବେ ଏହା ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଆକ୍ରମଣାତ୍ମକ ସ୍ୱଭାବକୁ ବିଭିନ୍ନ ରାଷ୍ଟ୍ର ନିନ୍ଦା କରିବା ସହ ରୁଷ ଉପରେ ନାନା ପ୍ରକାର କଟକଣା ଲାଗୁ କରିଛନ୍ତି । ତେବେ ଏହା ମଧ୍ୟରେ ପୁଟିନଙ୍କୁ ନେଇ ଆଉ ଏକ ନୂଆ ଅପଡେଟ୍ ଆସିଛି । ସ୍ୱିଜରଲ୍ୟାଣ୍ଡରେ ରହୁଥିବା ପୁଟିନଙ୍କ ସିକ୍ରେଟ୍ ଗାର୍ଲଫେଣ୍ଡ ଅଲିନା କାବାଏଭା ମଧ୍ୟ ପୁଟିନଙ୍କ ପାଇଁ ଫସିଯାଇଛନ୍ତି ।

ତେବେ ଜଣାପଡ଼ିଛି ଯେ, ଅଲିନା ସ୍ୱିଜରଲ୍ୟାଣ୍ଡର ଏକ ସୁରକ୍ଷିତ ସ୍ଥାନରେ ରହୁଛନ୍ତି । ଏପରି ସ୍ଥଳେ ତାଙ୍କୁ ଦେଶରୁ ବିତାଡ଼ିତ କରିବାକୁ ପାଇଁ ଦାବି ଉଠିଛି । ସ୍ୱିଜରଲ୍ୟାଣ୍ଡର କିଛି କାର୍ଯ୍ୟକର୍ତ୍ତା ଏନେଇ ଏକ ୟାଚିକା ଦାୟର କରିଛନ୍ତି । ତେବେ ଜଣେ ଖେଳାଳି ଭାବେ ବିଶେଷ ସୁଖ୍ୟାତି ଅର୍ଜନ କରିଥିବା ଅଲିନା ପୁଟିନଙ୍କ ସମ୍ପର୍କରେ ଆସିବା ପରେ ନିଜ ଜୀବନକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଥିଲେ । ପୁଟିନଙ୍କ ପକ୍ଷରୁ ତାଙ୍କର ବର୍ତ୍ତମାନ ୩ଟି ସନ୍ତାନ ରହିଥିବା ଜଣାପଡ଼ିଛି ।

ଶେଷ ଥର ପାଇଁ ଗତ ୨୦୧୮ରେ ଅଲୀନା ସର୍ବସାଧାରଣରେ ଦେଖାଦେଇଥିଲେ ଓ ସେ ସମୟରେ ସେ ଦୁଇମାସର ଗର୍ଭବତୀ ଥିଲେ । ଅଲୀନା ଓ ପୁଟିନଙ୍କ ବ୍ୟକ୍ତିଗତ ଜୀବନ ରହସ୍ୟ ମଧ୍ୟରେ ରହିଛି । ଦୁହିଁଙ୍କ ବିଷୟରେ ଅଧିକ ତଥ୍ୟ କାହାକୁ ଜଣା ନାହିଁ । ଗତ ୨୦୧୮ରେ ସେମାନେ ପ୍ରଥମ ଥର ପାଇଁ ସମ୍ପର୍କରେ ଆସିଥିଲେ । ଗତ ୨୦୧୯ରେ ଅଲିନା ମସ୍କୋ ହସ୍ପିଟାଲରେ ଦୁଇ ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ମାତ୍ର ପରେ ଏହି ଖବରକୁ ଖଣ୍ଡନ କରାଯାଇଥିଲା ।

Get real time updates directly on you device, subscribe now.