fbpx
BSKY
BJD MS SKY
BJD YOUTH SKY

କିଶୋରଙ୍କଠାରେ ଡିପ୍ରେସନର ଲକ୍ଷଣ ପାଇଁ ବାୟୁ ପ୍ରଦୂଷଣ ମଧ୍ୟ ଦାୟୀ: ଷ୍ଟଡୀ

ନୂଆଦିଲ୍ଲୀ: ଶିଶୁ ଓ କିଶୋର ଅବସ୍ଥାରେ ଡିପ୍ରେସନର ଲକ୍ଷଣ ପାଇଁ ଓଜୋନ୍ ଗ୍ୟାସ୍ ବାୟୁ ପ୍ରଦୂଷଣ ମଧ୍ୟ ଦାୟୀ । ଏନେଇ ଆମେରିକୀୟ ସାଇକୋଲୋଜିକାଲ୍ ଆସୋସିଏସନ୍ ଦ୍ୱାରା କରାଯାଇଥିବା ଏକ ନୂଆ ଅଧ୍ୟୟନରେ କୁହାଯାଇଛି । ଓଜୋନ ସ୍ତରକୁ ସମୟ ସହିତ କିଶୋରମାନଙ୍କ ଅବସାଦର ବିକାଶ ସହିତ ଯୋଡିବାର ଏହା ହେଉଛି ପ୍ରଥମ ଅଧ୍ୟୟନ ।

ଟ୍ରାଫିକ୍ ଏବଂ ପାୱାର୍ ପ୍ଲାଣ୍ଟଗୁଡିକର ବାହାରୁଥିବା ଧୂଆଁ ଯେତେବେଳେ ସୂର୍ଯ୍ୟଙ୍କ କିରଣ ସହିତ ପ୍ରତିକ୍ରିୟା କରେ, ସେତେବେଳେ ଓଜୋନ୍ ଗ୍ୟାସ୍ ସୃଷ୍ଟି ହୁଏ । ଓଜୋନର ହାଇ ସ୍ତର ଯୋଗୁଁ ଆସ୍ଥମା, ରେଷ୍ଟ୍ରରେଟରୀ ଭାଇରସ୍ ଏବଂ ଅକାଳ ମୃତ୍ୟୁ ହେବାର ଆଶଙ୍କା ରହିଥାଏ । ଓଜୋନ ଗ୍ୟାସ ବାୟୁ ପ୍ରଦୂଷଣ ଯୋଗୁଁ କିଶୋରମାନେ ନିଜକୁ ଦୁଃଖୀ ଓ ନିରାଶ ଅନୁଭବ କରନ୍ତି । ସେମାନଙ୍କର ଏକାଗ୍ରତା ଏବଂ ନିଦ ବିଚଳିତ ହୁଏ ଓ ବେଳେବେଳେ ସେମାନଙ୍କ ମନରେ ଆତ୍ମହତ୍ୟା କରିବାର ବିଚାର ଜନ୍ମ ହୋଇଥାଏ ।

ଏହି ଅଧ୍ୟୟନର ନିଷ୍କର୍ସ ‘ ଡେଭଲପମେଣ୍ଟ ସାଇକୋଲୋଜି’ ପତ୍ରିକାରେ ପ୍ରକାଶ ପାଇଛି । ଅନୁସନ୍ଧାନକାରୀମାନେ ସାନ ଫ୍ରାନ୍ସିସ୍କୋ ବେ ଅଞ୍ଚଳରେ ୯ ରୁ ୧୩ ବର୍ଷ ବୟସର ୨୧୩ କିଶୋର ପ୍ରତିଯୋଗୀଙ୍କ ସହ ପ୍ରାରମ୍ଭିକ ଜୀବନ ଚାପ ଅର୍ଥାତ୍ ଅର୍ଲୀ ଲାଇଫ୍ ଡିପ୍ରେସନ ବିଷୟରେ ପୂର୍ବ ଅଧ୍ୟୟନର ତଥ୍ୟ ବିଶ୍ଳେଷଣ କରିଥିଲେ । ଅପେକ୍ଷାକୃତ ଅଧିକ ଓଜୋନ୍ ସ୍ତର ଥିବା ଅଞ୍ଚଳରେ ରହୁଥିବା କିଶୋରମାନେ ସମୟ ସହିତ ଉଦାସୀନ ଲକ୍ଷଣଗୁଡ଼ିକ ଦେଖାଦେଉଥିବା ଅନୁସନ୍ଧାରନକାରୀ କହିଛନ୍ତି ।

Get real time updates directly on you device, subscribe now.