fbpx

କର୍ଣ୍ଣାଟକରେ ଭୟଙ୍କର ଦୁର୍ଘଟଣା: ବସ୍ ଓଲଟିପଡିବାରୁ ୮ ମୃତ, ୨୦ରୁ ଅଧିକ ଗୁରୁତର

ବେଙ୍ଗାଲୁରୁ: କର୍ଣ୍ଣାଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ସେଠାରୁ ତୁମକୁର ଜିଲ୍ଲାରେ ପାୱାଗଡ଼ା ନିକଟରେ ବସ୍ ଓଲଟିପଡିବାରୁ ୮ ଜଶଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ କିଛି ଛାତ୍ର ମଧ୍ୟ ସାମିଲ ଅଛନ୍ତି । ଖବର ପାଇବା ପରେ ତୁମକୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପୋଲିସର ପ୍ରାରମ୍ଭିକ ତଦନ୍ତ ଅନୁସାରେ, ଡ୍ରାଇଭର ନିୟନ୍ତ୍ରଣ ହରାଇବା କାରଣରୁ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସରେ ପ୍ରାୟ ୬୦ ଜଣ ଯାତ୍ରୀ ଥିଲେ । ପୋଲିସ ଅଧିକାରୀ କହିଛନ୍ତି ଯେ, ୨୦ ଜଣ ଗୁରୁତରଙ୍କ ମଧ୍ୟରୁ ୮ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତ ଓ ଆହତଙ୍କ ମଧ୍ୟରେ ଅନେକ ଛାତ୍ର ସାମିଲ ଅଛନ୍ତି ।

Get real time updates directly on you device, subscribe now.