fbpx

ନିମାପଡ଼ାରେ ପୃଥକ ପୃଥକ ସଡ଼କ ଦୁର୍ଘଟଣା: ୭ରୁ ଊଦ୍ଧ୍ୱର୍ ଆହତ, ୨ଟିି କାର ଓ ସ୍କୁଟି ଜବତ, ଜଣେ ଅଟକ

ନିମାପଡା (ଭାସ୍କର ନ୍ୟୁଜ୍‌): ନିମାପଡା ଅଞ୍ଚଳରେ ସିରିଜ ଦୁର୍ଘଟଣାରେ ୭ରୁ ଊଦ୍ଧ୍ୱର୍ ଆହତ ହୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁଇଟ କାର, ସ୍କୁଟି ଓ ସାଇକଲକୁ ଜବତ କରି ଘଟଣାର ଅନୁସନ୍ଧାନ ଜାରି ରଖିଛି । ଜଣେ କାର ଚାଳକ ଥାନରେ ଅଟକ ଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ନିମାପଡା ପିପିଲି ରାସ୍ତାରେ ରଡ ବଜାର ଖଜାପୁର ଅଞ୍ଚଳର ନାଜରିନ ପରିବାର ତାଙ୍କ ସମ୍ପର୍କିୟଙ୍କ ସହିତ ସ୍କୁଟିରେ ନିମାପଡା ପଟୁ ଘରକୁ ଯାଉଥିବା ବେଳେ ଗରପଦା ଚକ ନିକଟରେ ସମ୍ମୁଖ ଭାଗରୁ ଆସୁଥିବା ଏକ କାର ଧକ୍କା ଦେଇଥିଲା । ନାଜରିନଙ୍କ ସମ୍ପର୍କିୟ ରାସ୍ତାରେ ପଡି ସଂଜ୍ଞା ହରାଇଥିବାରୁ ସ୍ଥାନୀୟ ଲେକ ଚିକିତ୍ସା ପାଇଁ ଭୁବନେଶ୍ୱର ପଠାଇଛନ୍ତି । ସେହିପରି ବାଲେଶ୍ୱର ଜିଲ୍ଲାର ଅମ୍ବ୍ରିତାଶୁଂ ମହାନ୍ତି ନାମକ ଯୁବକ ଭୁବନେଶ୍ୱର ଖଣ୍ଡଗିରି ଠାରେ ରହି କାର ଚଳାନ୍ତି । ଜଣେ ଯୁବତୀଙ୍କୁ କାରରେ ବସାଇ ସୋମବାର ଅପରାହ୍ନ ସମୟରେ ଦ୍ରୁତ ବେଗରେ କୋଣାର୍କ ଯାଉଥିବା ବେଳେ ନିମାପଡା ଗୋପ ରାସ୍ତା ଝାମ୍ପୁଲାକୁଦ ଠାରେ ଦୁଇଟି ପାନ କ୍ୟାବିନ ଉପରେ କାର ମାଡିଯିବା ସହ ଦୁଇଜଣ ବାଇକ ଚାଳକ ଓ ଜଣେ ସାଇକେଲ ଚାଳକ ଗୁରୁତର ଆହତ ହୋଇଛନ୍ତି । ସାଇକେଲ ଚାଳକ ସ୍ଥାନୀୟ ସର୍ବାପଡା ସ୍ୱପ୍ନେଶ୍ୱର ସାହିର ବାବୁଲି ଦାଶ ଅବସ୍ଥା ଗୁରୁତର ଥିବାରୁ କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ସକାଳ ୯ଘଟିକା ସମୟରେ ଜଣେ ଅଜଣା ମହିଳା ଦୁର୍ଘଟଣାରେ ଆହତ ହୋଇ ନିମାପଡା ପରିବା ମାର୍କେଟ ନିକଟରେ ପଡିଥିବା ବେଳେ ପୋଲିସ ଉଦ୍ଧାର କରି କ୍ୟାପିଟାଲ ହସପିଟାଲକୁ ଚିକିତ୍ସା ପାଇଁ ପଠାଇଛି। ନିମାପଡା ଚାରିଛକ ରାସ୍ତା ଶୀତଳ ଭଣ୍ଡାର ଠାରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କାରେ ତିନିଜଣ ଯୁବକ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ କ୍ୟାପିଟାଲ ହସପିଟାଲୁ ଯାଇଛନ୍ତି ।

ପାଟପୁର ଅରିଷଣ୍ଢ ନାଳବନ୍ଧ ରାସ୍ତାରେ ଭିଲିଗ୍ରାମ ପଞ୍ଚାୟତର ଜଣେ ଯୁବକ ଅଟୋ ଆଣି ଆସୁଥିବା ବେଳେ ଭାରସାମ୍ୟ ହରାଇ ନାଳବନ୍ଧକୁ ଓଲଟି ପଡିବାରୁ ଅଟୋଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ଅଟୋ ଚାଳକ ଗୁରୁତର ଆହତ ହୋଇ କ୍ୟାପିଟାଲ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଦ୍ରୁତ ବେଗରେ ଗାଡିଚାଳନା କାରଣରୁ ଏପରି ଦୁର୍ଘଟଣା ଘଟିଥିବା କୁହାଯାଉଛି । ପୋଲିସ ଦୁଇଟି କାର ଓ ସ୍କୁଟିକୁ ଜବତ କରିଛି । ଖଣ୍ଡଗିରି ଅଂଚଳର ଅମ୍ବ୍ରୁତାଶୁଂ ମହାନ୍ତିଙ୍କୁ ପୋଲିସ ଥାନାରେ ଅଟକ ରଖିଛି।

Get real time updates directly on you device, subscribe now.