BREAKING: ଦୋକାନ ବନ୍ଦ କରି ଫେରୁଥିବା ବେଳେ ଲୁଟ୍, ନେଇଗଲେ ୩୦ ଲକ୍ଷ ଟଙ୍କାର ସୁନା ଗହଣା
୩୦ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଦୋକାନ ବନ୍ଦ କରି ଫେରୁଥିବା ବେଳେ ମାଡ଼ି ବସିଲେ ଲୁଟେରା।
ଉଦଳା: ବନ୍ଧୁକ ଦେଖାଇ ସୁନା ଦୋକାନୀଙ୍କଠାରୁ ଲୁଟ୍। ଉଦଳା- ବାରିପଦା ରାସ୍ତା ବାଲିମୁଣ୍ଡଳି ଛକ ନିକଟରେ ବନ୍ଧୁକ ମୁନରେ ଲୁଟ୍ କଲେ ଲୁଟେରା।ବାଇକରେ ଆସି ଲୁଟିନେଲେ ଦୁଇ ମୁଖାଧାରୀ ଲୁଟେରା। ସୁନ୍ଦର ନାରାୟଣ ସାହୁଙ୍କ ଠାରୁ ଛଡ଼ା ନେଇଗଲେ ସୁନା ଗହଣା।
୩୦ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଦୋକାନ ବନ୍ଦ କରି ଫେରୁଥିବା ବେଳେ ମାଡ଼ି ବସିଲେ ଲୁଟେରା।
୩୦ ଲକ୍ଷରୁ ଅଧିକ ଟଙ୍କା ସୁନା ଗହଣା ନେଇ ଘରକୁ ଫେରୁଥିବା ବେଳେବଳେ ବନ୍ଧୁକ ଦେଖାଇ ଲୁଟ କଲେ ଲୁଟେରା। ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ ପରେ ଖୁଣ୍ଟା ପୋଲିସ ପକ୍ଷରୁ ଚାଲିଛି ତନାଘନା।