fbpx

ମଣିପୁରରେ ରକେଟ୍ ଏବଂ ଡ୍ରୋନ୍ ଆକ୍ରମଣ, ଆଜି ସ୍କୁଲ ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର

ଇମ୍ଫାଲ: ଶୁକ୍ରବାର ପୁଣି ଥରେ ରକେଟ୍ ଏବଂ ବମ୍ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ଏହା ପରେ ରାଜ୍ୟବାସୀ ଭୟଭୀତ ଥିବା ବେଳେ ବିଭିନ୍ନ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରୁ ପ୍ରକାଶ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ସମେତ କେନ୍ଦ୍ରୀୟ ବିଦ୍ୟାଳୟ ସେପ୍ଟେମ୍ବର ୭ ତାରିଖରେ ବନ୍ଦ ରହିବ । ଏନେଇ ରାଜ୍ୟ ସରକାର ମଧ୍ୟ ଆଲର୍ଟ ମୋଡରେ ଅଛନ୍ତି ଏବଂ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି ।

ସୂଚନାରୁ ପ୍ରକାଶ ଶୁକ୍ରବାର ବିଳମ୍ବିତ ରାତିରେ ବିଷ୍ଣୁପୁର ଜିଲ୍ଲାର ନାରାୟଣ ସେନା, ନାମ୍ବୋଲ କାମୋଙ୍ଗ ଏବଂ ଇମ୍ଫାଲ ପୂର୍ବତନ ଜିଲ୍ଲାର ପୁଖାଓ, ଦୋଲାଇଥାବି, ଶାନ୍ତିପୁର ଆଦି ଅଞ୍ଚଳରେ ଡ୍ରୋନ୍ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଥିଲେ । ଏହି ଆକ୍ରମଣରେ ଦୁଇଟି ଅଟ୍ଟାଳିକା ମଧ୍ୟ ନଷ୍ଟ ହୋଇଥିଲା । ଏନେଇ ଅନେକ ଗ୍ରାମବାସୀ ଭୟଭୀତ ହୋଇଥିଲେ । ଏହା ପରେ ଆଖପାଖ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଥିଲା । କହିରଖୁଛୁ ଏହା ପୂର୍ବରୁ ମଣିପୁରର ଅନେକ ଅଞ୍ଚଳରେ ଆତଙ୍କବାଦୀମାନେ ଡ୍ରୋନ୍ ଏବଂ ରକେଟ୍ ଦ୍ୱାରା ଆକ୍ରମଣ କରିଥିଲେ । ତେବେ ବର୍ତ୍ତମାନ ରାଜ୍ୟ ତଥା ସୀମାବର୍ତ୍ତୀ ଅଞ୍ଚଳରେ ସମସ୍ତ ବଜାର ସହ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି ।

Get real time updates directly on you device, subscribe now.