fbpx

Rohit-Ravindra-Ravichandran… ଦ୍ୱିତୀୟ ଟେଷ୍ଟରେ ଇତିହାସ ରଚିବେ ଭାରତର RRR! ସ୍ପେସାଲ ରହିବ କାନପୁର ମ୍ୟାଚ୍

ନୂଆଦିଲ୍ଲୀ: ଭାରତ ବିପକ୍ଷ ଚେନ୍ନାଇ ଟେଷ୍ଟରେ ବିଜୟ ହାସଲ କରିବା ପରେ ସିରିଜ ମୂଳପୋଛ କରିବା ଲକ୍ଷରେ ରହିଛି ଭାରତ । କାନପୁର ଟେଷ୍ଟ ପାଇଁ ଟିମ ଇଣ୍ଡିଆ ଆରମ୍ଭ କରିଛି ନୂଆ ପ୍ଲାନ । ସେପଟେ ଦ୍ୱିତୀୟ ଟେଷ୍ଟ ଜିତି ସିରିଜ ବରାବର କରିବା ପାଇଁ ବାଂଲାଦେଶ ଆଶା ରଖିଛି । ତେବେ ଟିମ ଇଣ୍ଡିଆ ପାଇଁ କାନପୁର ଟେଷ୍ଟ ଖୁବ ସ୍ପେଶାଲ ହୋଇପାରେ । ଏହି ମ୍ୟାଚରେ ଅନେକ ରେକର୍ଡ ଭାଙ୍ଗିବାର ସମ୍ଭାବନା ରହିଛି । ବିଶେଷ କରି ଟିମ ଇଣ୍ଡିଆର RRR (ରୋହିତ ଶର୍ମା-ରବିନ୍ଦ୍ର ଜାଡେଜା-ରବିଚନ୍ଦ୍ରନ ଅଶ୍ୱୀନ)ଙ୍କ ପାଖରେ ଅନେକ ରେକର୍ଡ ଭାଙ୍ଗିବାର ସୁବର୍ଣ୍ଣ ସୁଯୋଗ ରହିଛି । ତେଣୁ ଏହି ୩ ଜଣ ଭେଟେରାନ ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

ବାଂଲାଦେଶ ବିପକ୍ଷ କାନପୁର ମ୍ୟାଚ୍ ବିଜୟ ପରେ ଭାରତ ଟେଷ୍ଟ କ୍ରିକେଟର ସବୁଠାରୁ ସଫଳ ଟିମ୍ ଭାବରେ ଆଉ ଏକ ପରିଚୟ ହାସଲ କରିପାରେ । ଏହି ମ୍ୟାଚରେ ବାଂଲାଦେଶକୁ ପରାସ୍ତ କରି ପାରିଲେ ଟିମ ଇଣ୍ଡିଆ ଟେଷ୍ଟ କ୍ରିକେଟର ଚତୁର୍ଥ ସଫଳ ଦଳ ଭାବରେ ବିବେଚିତ ହୋଇପାରିବ । ବର୍ତ୍ତମାନ ସୁଦ୍ଧା ଭାରତ ୫୮୦ ଟେଷ୍ଟରୁ ୧୭୯ ମ୍ୟାଚରେ ବିଜୟୀ ହୋଇଛି । ଦକ୍ଷିଣ ଆଫ୍ରିକା ମଧ୍ୟ ୧୭୯ଟି ମ୍ୟାଚ୍ ଜିତି ଚତୁର୍ଥ ସ୍ଥାନରେ କବଜା କରିଛି । କିନ୍ତୁ କାନପୁର ବିପକ୍ଷ ଟେଷ୍ଟ ବିଜୟ ପରେ ଭାରତ ଦକ୍ଷିଣ ଆଫ୍ରିକାକୁ ପଛରେ ପକାଇ ଚତୁର୍ଥ ସ୍ଥାନ ହାସଲ କରିପାରିବ ।

କାନପୁର ଟେଷ୍ଟରେ ୯ ୱିକେଟ ହାସଲ କରି ଅଶ୍ୱୀନ, ନାଥନ୍ ଲିୟୋନଙ୍କୁ ପଛରେ ପକାଇବାର ସୁଯୋଗ ପାଇବେ । ଲିୟୋନ ବର୍ତ୍ତମାନ ସୁଦ୍ଧା ୧୨୯ଟି ଟେଷ୍ଟରୁ ୫୩୦ ୱିକେଟ ନେଇଥିବା ବେଳେ ଅଶ୍ୱୀନ ୧୦୧ ଟେଷ୍ଟ ମ୍ୟାଚରୁ ୫୨୨ଟି ସଫଳତା ହାସଲ କରିଛନ୍ତି । ଏହାବ୍ୟତୀତ ଅଶ୍ୱୀନ ଟେଷ୍ଟ ମ୍ୟାଚର ଗୋଟିଏ ଇନିଂସରେ ସର୍ବାଧିକ ୫ ୱିକେଟ ହଲ୍ ନେବା ତାଲିକାରେ ସେନ୍ ୱାର୍ଣ୍ଣଙ୍କୁ ମଧ୍ୟ ପଛରେ ପକାଇପାରନ୍ତି । ସେହିପରି ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ୩୦୦ ୱିକେଟ ହାସଲ କରିବାର ଖୁବ ନିକଟରେ ରହିଛନ୍ତି । କାନପୁର ଟେଷ୍ଟରେ ଆଉ ମାତ୍ର ଗୋଟିଏ ୱିକେଟ ହାସଲ କରିବା ମାତ୍ରେ ଜାଡେଜା ୩୦୦ ୱିକେଟ ନେବାର ସ୍ପେସାଲ ଉପଲବ୍ଧି ହାସଲ କରିବେ ।

ଇଣ୍ଟରନେସନାଲ କ୍ରିକେଟରେ ଶତକ ମାମଲାରେ ରାହୁଲ ଦ୍ରାବିଡଙ୍କୁ ପଛରେ ପକାଇ ପାରନ୍ତି ଅଧିନାୟକ ରୋହିତ ଶର୍ମା । ଦ୍ରାବିଡ ଏବଂ ରୋହିତ ଉଭୟଙ୍କ ନାମରେ ୪୮ଟି ଶତକ ରହିଥିବା ବେଳେ ଦ୍ପିତୀୟ ଟେଷ୍ଟରେ ରୋହିତ ଶତକ ହାସଲ କଲେ ଏହି ରେକର୍ଡ ନିଜ ନାମରେ କରିପାରିବେ । ଅନ୍ୟ ପକ୍ଷରେ ବିରାଟ କୋହଲି ମଧ୍ୟ ଏକ ରେକର୍ଡର ଅଧିକାରୀ ହୋଇପାରନ୍ତି । ଏହି ମ୍ୟାଚରେ ୩୫ ରନ୍ କରିବା ମାତ୍ରେ ବିରାଟ ଇଣ୍ଟରନେସନାଲ କ୍ରିକେଟରେ ୨୭ ହଜାର ରନ୍ ପୂରଣ କରିବେ । ଏହି ତାଲିକାରେ ବିରାଟ ଚତୁର୍ଥ ଖେଳାଳି ହୋଇପାରନ୍ତି । ଏହାବ୍ୟତୀତ ବିରାଟଙ୍କ ପାଖରେ ୯୦୦୦ ଟେଷ୍ଟ ରନ୍ ଏବଂ ସର୍ବାଧିକ ୩୦ ଶତକ ହାସଲ କରିବାର ସୁଯୋଗ ମଧ୍ୟ ରହିଛି ।

Get real time updates directly on you device, subscribe now.