fbpx

ଭାରତ-ଅଷ୍ଟ୍ରେଲିଆ ୱାର୍ମଅପରେ ରୋହିତ ଅଧିନାୟକ; କଙ୍ଗାରୁ ଦଳର ବ୍ୟାଟିଂ ନିଷ୍ପତ୍ତି

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପର ଠିକ ପୂର୍ବରୁ ଖେଳାଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ୱାର୍ମଅପ୍ ମ୍ୟାଚରେ ବିଶ୍ରାମ ନେଇଛନ୍ତି ଅଧିନାୟକ ବିରାଟ କୋହଲି । ରୋହିତ ଶର୍ମର୍ା ଅଧିନାୟକ ରହିଥିବା ବେଳେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ । ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି, ଜସପ୍ରୀତ ବୁମରା ଓ ମହମ୍ମଦ ଶାମିଙ୍କୁ ବିଶ୍ରାମ ଦିଆଯାଇଛି । ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ । ପ୍ରଥମ ୱାର୍ମ ଅପରେ ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରିଥିବାରୁ ଏହି ମ୍ୟାଚରେ ବ୍ୟାଟିଂର ନିଷ୍ପତ୍ତି ନେଇଥିବା କହିଛନ୍ତି ଫିଞ୍ଚ ।
ସେହିପରି ଭାରତ ଏହି ମ୍ୟାଚରେ କୋହଲିଙ୍କୁ ବିଶ୍ରାମ ଦେଇଥିବାରୁ ତିନି ନମ୍ବରରେ ଇଶାନ କିଶନ ବା ସୂର୍ଯ୍ୟ କୁମାର ଯାଦବଙ୍କୁ ସୁଯୋଗ ମିଳିପାରେ । ଋଷଭ ପନ୍ତଙ୍କୁ ୱିକେଟ କିପର ଭାବରେ ଖେଳାଯିବାକୁ ଥିବା ବେଳେ ରବୀନ୍ଦ୍ର ଜାଡେଜା ଓ ବରୁଣ ଚକବର୍ତ୍ତୀଙ୍କୁ ସୁଯୋଗ ମିଳିପାରେ ।

Get real time updates directly on you device, subscribe now.