fbpx

(Video) WTC Finalରେ ଫେଲ ମାରୁଛି ଟିମ୍, କିନ୍ତୁ ମସ୍ତି କରୁଛନ୍ତି ଅଧିନାୟକ ରୋହିତ: ଅମ୍ପାୟାରଙ୍କ ସହ ଥଟ୍ଟା

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆ ଉପରେ ଭାରୀ ପଡିଛି ଅଷ୍ଟ୍ରେଲିଆର ବୋଲିଂ ଆଟାକ । ଭାରତୀୟ ବୋଲିଂ ବିଭାଗର ଦୁର୍ବଳ ପ୍ରଦର୍ଶନ ପରେ ବ୍ୟାଟିଂ ଡିପାର୍ଟମେଣ୍ଟ ମଧ୍ୟ ଫେଲ ମାରିଛି । କିନ୍ତୁ ଏହା ଭିତରେ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କର ଏକ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ନିଜ ମଜାକିଆ ଅନ୍ଦାଜରେ ଏକ ଇସାରା କରି ଅମ୍ପାୟାରଙ୍କୁ କନଫ୍ୟୁଜ କରି ଦେଇଛନ୍ତି ରୋହିତ । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ରୋହିତଙ୍କର ଏହି ଭିଡିଓ ଖୁବ ଭାଇରାଲ ହେଉଛି ।

ଫାଇନାଲ ମ୍ୟାଚର ପ୍ରଥମ ଇନିଂସରେ ଟିମଇଣ୍ଡିଆ ସାମନାରେ ଥିଲେ ଅଷ୍ଟ୍ରେଲିଆର ୱିକେଟ କିପର ବ୍ୟାଟ୍ସମ୍ୟାନ ଆଲୋକ୍ସ କ୍ୟାରୀ ଏବଂ ବୋଲିଂ କରୁଥିଲେ ମହମ୍ମଦ ଶାମୀ । ଏହି ସମୟରେ ରୋହିତ ମସ୍ତି ମୁଡରେ ଆସିଥିଲେ ଏବଂ ଅମ୍ପାୟାରଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଥିଲେ । ଆଲେକ୍ସ କ୍ୟାରୀଙ୍କ ୱିକେଟ ପାଇଁ ରିଭ୍ୟୁ ମାଗୁଥିଲେ ରୋହିତ, କିନ୍ତୁ ଅଧା ଅଧୁରା ସିଗନାଲ ଦେଇ ନିଜକୁ ସେ ରୋକି ଦେଇଥିଲେ । ଶାମୀ ଏବଂ ଭାରତୀୟ ଦଳ ବାରମ୍ବାର କ୍ୟାରୀଙ୍କ ବିରୋଧରେ ଏବିଡବ୍ଲୁ ପାଇଁ ଅପିଲ କରିଥିଲେ । ତେବେ ପ୍ରଥମ ବଲରେ ରୋହିତ ଏଥିପାଇଁ ଡିଆରଏସ ନେଇ ନଥିଲେ କାରଣ ଶାମୀଙ୍କ ଅପିଲରେ ମଧ୍ୟ ଏଥିପାଇଁ ଆତ୍ମବିଶ୍ୱାସ ନଥିଲା । କିନ୍ତୁ ଦ୍ୱିତୀୟ ବଲରେ ସେ ରିଭ୍ୟୁ ନେବା ପାଇଁ ସିଗନାଲ ଦେଇଥିଲେ, କିନ୍ତୁ ଇସାରା ଶେଷ କରିବା ପୂର୍ବରୁ ହାତକୁ ରୋକି ଦେଇଥିଲେ । ଡିଆରଏସ ନେବା ପାଇଁ ପଛକୁ ହାତ କରି ଅଜବ ଢଙ୍ଗରେ ସେ ଡିଆରଏସ ନେଇଛନ୍ତି ।

 

View this post on Instagram

 

A post shared by ICC (@icc)

ତେବେ ରୋହିତ ସମ୍ପୂର୍ଣ୍ଣ ଭାବରେ ଡିଆରଏସ ନେଇ ନଥିଲେ । କେବଳ ଡିଆରଏସ ନେବାର ଅଭିନୟ କରି ହାତରେ ଅଧା ଇସାରା ଦେଇ ରହି ଯାଇଥିଲେ ରୋହିତ । ଏହି ଇାସାରାରେ ଅମ୍ପାୟାର କନଫ୍ୟୁଜ ହୋଇଯାଇଥିଲେ । ପରେ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ରୋହିତଙ୍କ ଏପରି ଇାସାରାକୁ ନେଇ ଖୁବ ମଜା ଉଡାଇଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଅନେକ ଲୋକ ଏହାର ମଜା ନେଉଛନ୍ତି । ତେବେ ଭାରତ ଏବେ ଏହି ମ୍ୟାଚରେ ଖରାପ ପରିସ୍ଥିତି ଦେଇ ଗତି କରୁଥିବା ବେଳେ କ୍ରିକେଟ ପ୍ରେମୀ ଏହି ଘଟଣାକୁ ନେଇ ଅସନ୍ତୋଷ ମଧ୍ୟ ବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.