VIDEO: ପ୍ରତିଶ୍ରୁତି ରକ୍ଷା କଲେ ରୋହିତ୍, ବିଜେତାଙ୍କୁ ଉପହାର ଦେଲେ Lamborghin
ନିଜର ଲାମ୍ବରଗିନିକୁ ଗିଫ୍ଟ ଦେଇଦେଲେ ରୋହିତ!
ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସର ଅଭିଜ୍ଞ ବ୍ୟାଟସମ୍ୟାନ୍ ରୋହିତ ଶର୍ମା ନିକଟରେ ବେଶ୍ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କର ଜଣେ ପ୍ରଶଂସକଙ୍କୁ ତାଙ୍କର ପ୍ରସିଦ୍ଧ ନୀଳ ଲାମ୍ବୋର୍ଗିନୀ ଉରୁସ୍ ଉପହାର ଦେଇ ବହୁତ ଖୁସି କରିଛନ୍ତି ।
ଏହା ସେହି କାର ଯାହା ଦୀର୍ଘ ଦିନ ଧରି ରୋହିତଙ୍କ ଚିହ୍ନ ହୋଇ ରହିଛି ଏବଂ ଯାହାର ନମ୍ବର ପ୍ଲେଟରେ 264 ଲେଖାଯାଇଛି । ଏହା ଏକ ଦିନିକିଆ କ୍ରିକେଟରେ ତାଙ୍କର ଐତିହାସିକ 264 ରନର ଇନିଂସକୁ ସ୍ମରଣ କରାଉଛି ।
Lamborghini ଉପହାର ଦେଲେ ରୋହିତ- ରୋହିତଙ୍କ ଏହି ଚମତ୍କାର ଲଗଜରୀ କାରର ମୂଲ୍ୟ ଭାରତରେ ପ୍ରାୟ ୪ କୋଟି ଟଙ୍କା ବୋଲି କୁହାଯାଉଛି । ତାଙ୍କୁ ଏହି କାରରେ ମୁମ୍ବାଇର ରାସ୍ତାରେ ବୁଲୁଥିବାର ଅନେକ ଥର ଦେଖାଯାଇଛି । ଏହି ସ୍ୱତନ୍ତ୍ର ଉପହାର ଏକ ଫ୍ୟାଣ୍ଟାସି କ୍ରିକେଟ ପ୍ରତିଯୋଗିତାର ଜଣେ ବିଜେତାଙ୍କୁ ଦିଆଯାଇଥିଲା, ଯାହା ରୋହିତ କିଛି ସମୟ ପୂର୍ବରୁ ଏକ Dream11 ବିଜ୍ଞାପନରେ ମଜାରେ ଘୋଷଣା କରିଥିଲେ ।
ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ରୋହିତ ତାଙ୍କ ପ୍ରଶଂସକଙ୍କୁ କାରର ଚାବି ଦେଉଥିବାର ଦେଖାଯାଉଛି ।
ଟେଷ୍ଟ କ୍ରିକେଟରୁ ରୋହିତଙ୍କ ଅବସର- ପୂର୍ବରୁ, ରୋହିତ ଶର୍ମା ନିକଟରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ତାଙ୍କ ଟେଷ୍ଟ କ୍ୟାରିୟରରେ, ସେ 67ଟି ମ୍ୟାଚ୍ ଖେଳି 12ଟି ଶତକ ଏବଂ 18ଟି ଅର୍ଦ୍ଧଶତକ ସହାୟତାରେ 4,301 ରନ୍ କରିଥିଲେ । ତାଙ୍କ ସହିତ ବିରାଟ କୋହଲି ମଧ୍ୟ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆଗାମୀ ଟେଷ୍ଟ ସିରିଜ ପୂର୍ବରୁ ଟେଷ୍ଟରୁ ଅବସର ନେବା ବିଷୟରେ ସୂଚନା ଦେଇଛନ୍ତି ।
ଆଇପିଏଲ ୨୦୨୫ ବିଷୟରେ କହିବାକୁ ଗଲେ, ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେଅଫରେ ପହଞ୍ଚିବା ପାଇଁ ରେସରେ ରହିଛି । ଦଳ ଏପର୍ଯ୍ୟନ୍ତ ୧୨ଟି ମ୍ୟାଚ୍ ରୁ ୭ଟିରେ ବିଜୟୀ ହୋଇଛି ଏବଂ ୧୪ ପଏଣ୍ଟ ପାଇଛି । ସେମାନେ ଏବେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବେ, ଯେଉଁମାନେ ୧୨ଟି ମ୍ୟାଚ୍ ରୁ ୬ଟିରେ ବିଜୟୀ ହୋଇଛନ୍ତି ଏବଂ ୧୨ ପଏଣ୍ଟ ସଂଗ୍ରହ କରିଛନ୍ତି । ଏହି ମ୍ୟାଚ୍ ପ୍ଲେଅଫ୍ର ଦିଗ ନିର୍ଣ୍ଣୟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
— R✨ (@264__ro) May 19, 2025