fbpx

ଭାରତୀୟ ଛାତ୍ରଙ୍କୁ ଉଦ୍ଧାର ବେଳେ ଜ୍ୟୋତିରାଦିତ୍ୟ ସିନ୍ଧିଆ-ରୋମାନିଆ ମେୟର ମୁହାଁମୁହିଁ, ଭିଡିଓ ଭାଇରାଲ

ରୋମାନିଆ: ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଙ୍କୁ ଉଦ୍ଧାର ପାଇଁ ‘ଅପରେସନ ଗଙ୍ଗା’ରେ ଯୋଡ଼ି ହୋଇଥିବା ଭାରତର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ରୋମାନିଆର ମେୟର ମୁହାଁମୁହିଁ ହୋଇଛନ୍ତି । ୟୁକ୍ରେନରୁ ଆସି ରୋମାନିଆରେ ପହଞ୍ଚୁଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ ରୋମାନିଆରେ ପହଞ୍ଚିଥିବା ସିନ୍ଧିଆ ଭାରତୀୟ ଛାତ୍ରଙ୍କ ସହ କଥାବାର୍ତ୍ତା ହେବା ବେଳେ ମୁହାଁମୁହିଁ ହୋଇଛନ୍ତି ଉଭୟ ନେତା ।

ସୂଚନାଯୋଗ୍ୟ, ୟୁକ୍ରେନ ଫେରନ୍ତା ଭାରତୀୟଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ପଠାଇବା ପାଇଁ ଅପରେସନ ଗଙ୍ଗା ଜରିଆରେ ୪ କେନ୍ଦ୍ର ମନ୍ତ୍ରୀଙ୍କୁ ୪ଟି ଦେଶକୁ ପଠାଯାଇଛି । ସେମାନେ ସେଠାରେ ରହି ୟୁକ୍ରେନ ଫେରନ୍ତାଙ୍କୁ ବର୍ଡର କ୍ରସ୍‌ କରାଇ ସ୍ୱଦେଶ ଫେରାଉଛନ୍ତି । ଏହି ପରିପ୍ରେକ୍ଷୀ ୟୁକ୍ରେନ ଫେରନ୍ତା କିଛି ଛାତ୍ର ରୋମାନିଆର ଏକ ଶରଣାର୍ଥୀ ଶିବିରରେ ଥିବା ବେଳେ ସେମାନଙ୍କୁ ସାକ୍ଷାତ କରିବାକୁ ପହଞ୍ଚିଥିଲେ ସିନ୍ଧିଆ । ହେଲେ କଥାବାର୍ତ୍ତା ସମୟରେ ହଠାତ୍‌ ରୋମାନିଆ ମେୟର ତାଙ୍କୁ ଅଟକାଇ ଆପଣ କେବଳ ନିଜ କାମ କରନ୍ତୁ ବୋଲି କହିଥିଲେ । ଏଥିରେ ଅସହଜ ଅନୁଭବ କରିଥିବା ସିନ୍ଧିଆ ହଠାତ୍‌ ଉତ୍ତ୍ୟକ୍ତ ହୋଇ ପଡ଼ିଲେ । ଏପରିକି ମୁଁ କ’ଣ କରିବା ତାହା ମୁଁ ସ୍ଥିର କରିବି ବୋଲି କହିଥିଲେ । ହେଲେ ଏଥିରେ ରାଗି ଯାଇଥିବା ମେୟର ମଧ୍ୟ ସିନ୍ଧିଆଙ୍କୁ କଡ଼ା ଜବାବ ଦେଇଥିଲେ । ଆପଣ ନିଜ କଥା କୁହନ୍ତୁ, ଏହି ପିଲାମାନଙ୍କ ରହିବା, ଖାଇବା ବ୍ୟବସ୍ଥା ଆମେ କରୁଛୁ, ଆପଣ କରୁ ନାହାନ୍ତି ବୋଲି କହିଥିଲେ । ଆପଣ କେବଳ କେବେ ଏହି ପିଲାମାନଙ୍କୁ ନେଇ ଫେରିବେ ସେ ବିଷୟରେ କୁହନ୍ତୁ ବୋଲି କହିଥିଲେ ।

Get real time updates directly on you device, subscribe now.