fbpx

ଅଗଷ୍ଟ ମାସ ପାଇଁ ରୁଟ ପ୍ଲେୟର ଅଫ୍ ଦ ମନ୍ଥ

ନୂଆଦିଲ୍ଳୀ: ସୋମବାର ଆଇସିସି ପକ୍ଷରୁ ଏହାର ପ୍ଲେୟର ଅଫ୍ ଦ ମନ୍ଥ ଘୋଷଣା କରାଯାଇଛି । ଇଂଲଣ୍ଡ ଅଧିନାୟକ ଜୋ ରୁଟ ଏବଂ ଆୟାର୍ଲାଣ୍ଡର ଏଇମାର ରିଚାର୍ଡସନଙ୍କୁ ଆଇସିସି ପ୍ଲେୟର ଅଫ ଦ ମନ୍ଥ ଭାବରେ ଘୋଷଣା କରାଯାଇଛି । ଭାରତ ବିପକ୍ଷ ଟେଷ୍ଟ ସିରିଜରେ ଚମକ୍ରାର ବ୍ୟାଟିଂ ନମୂନା ଦେଖାଇବା ସହିତ ସିରିଜର ସର୍ବାଧିକ ସ୍କୋରର ରହିଥିଲେ ରୁଟ । ୧୮୦ ରନର ସର୍ବାଧିକ ସ୍କୋର ସହିତ ୪ଟି ଟେଷ୍ଟରୁ ୫୦୭ ରନ ସଂଗ୍ରହ କରିଥିଲେ ରୁଟ୍ । ବିଶ୍ୱର ଏକ ନମ୍ବର ଟେଷ୍ଟ ବ୍ୟାଟ୍ସମ୍ୟାନ ରୁଟଙ୍କ ଏହି ଇନିଂସକୁ ଅତ୍ୟନ୍ତ ଚମକ୍ରାରୀ ବୋଲି କହିଥିଲେ ପୂର୍ବତନ ସାଉଥ ଆଫ୍ରିକା ବ୍ୟାଟ୍ସମ୍ୟାନ ଜେ ପି ଡୁମିନି ।

ସେହିପରି ଆୟାର୍ଲାଣ୍ଡର ଅଲରାଉଣ୍ଡର ଏଇମାର ରିଚାର୍ଡସନଙ୍କୁ ପ୍ଲେୟର ଅଫ ଦ ମନ୍ଥ ଘୋଷଣା କରାଯାଇଛି । ୟୁରୋପିଆନ କ୍ୱାଲିଫାୟର୍ସରେ ରିଚାର୍ଡସନଙ୍କ ପ୍ରଦର୍ଶନ ଚମକ୍ରାର ରହିଥିଲା ବୋଲି କହିଛନ୍ତି ଆଇସିସି ଭୋଟିଂ କମଟି ସଦସ୍ୟ ପୋମି ମାୱଙ୍ଗା ।

Get real time updates directly on you device, subscribe now.