fbpx

ନା ଥିଲା ଗର୍ଭଧାରଣ ଲକ୍ଷଣ…ନା ଥିଲା ବେବି ବମ୍ପ, କିନ୍ତୁ ଦୁଇମାସରେ ଜନ୍ମ ହେଲା ଫିଟ୍ ଛୁଆ

ନୂଆଦିଲ୍ଲୀ: ବେଳେବେଳେ ମାନବ ଶରୀର ସହିତ ଜଡିତ ଏଭଳି ଘଟଣା ସାମ୍ନାକୁ ଆସେ, ଯାହାକୁ ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ୟ୍ୟ ହୋଇଯାଆନ୍ତି । ବ୍ରିଟେନରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ମହିଳାଙ୍କର କୌଣସି ପ୍ରକାର ଗର୍ଭଧାରଣ ଲକ୍ଷଣ କିମ୍ବା ବେବି ବମ୍ପ ନଥିଲା। କିନ୍ତୁ ତାଙ୍କର ଏକ ସନ୍ତାନ ଜନ୍ମ ହେଲା ଆଉ ତାହା ବି ମାତ୍ର ଦୁଇ ମାସରେ ଭିତରେ । ଛୁଆଟି ସମ୍ପୂର୍ଣ୍ଣ ସୁସ୍ଥ ମଧ୍ୟ ଥିଲା । ଖାଲି ସେତିକି ନୁହେଁ ଗର୍ଭବତୀ ଥିବା ସମୟରେ ଋତୁସ୍ରାବ ବନ୍ଦ ହୋଇଯାଏ କିନ୍ତୁ ତାଙ୍କର ଋତୁସ୍ରାବ ବନ୍ଦ ହୋଇନଥିଲା ।

ଏହି ଘଟଣା ବ୍ରିଟେନ୍ ର ଏକ ସହରରେ ହୋଇଛି । ଏକ ରିପୋର୍ଟରେ କୁହାଯାଇଛି ଯେ, ଯେଉଁ ଦିନ ମହିଳାଙ୍କ ଛୁଆ ଜନ୍ମ ହୋଇଥିଲା ସେହି ଦିନ ହିଁ ସେ ଜାଣିବାକୁ ପାଇଥିଲେ ଯେ, ସେ ଗର୍ଭବତୀ ଥିଲେ । ଆଉ ଡେଲିଭେରି ବି ସେତେବେଳେ ହେଲା ଯେତେବେଳେ ତାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା । ମହିଳାଙ୍କ ନାମ ଏରିନ୍ ହୋଇଥିବା ବେଳେ ତାଙ୍କ ବୟସ ୨୦ ବର୍ଷ । ମହିଳାଙ୍କୁ ଅଗଷ୍ଟ ୧୦ ତାରିଖରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ଏହାପରେ ତାଙ୍କୁ ପାଖରେ ଥିବା ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମାନେ ତାଙ୍କୁ କହିଥିଲେ ଯେ, ସେ ଗର୍ଭବତୀ ଅଛନ୍ତି ।

ଏହି ଖବର ତାଙ୍କ ପରିବାର ଲୋକ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ତାଙ୍କର କୌଣସି ଗର୍ଭଧାରଣ ଲକ୍ଷଣ ନଥିଲା କି ବେବି ବମ୍ପ ବି ନଥିଲା । ହସ୍ପିଟାଲକୁ ନେଇ ପୁଣି ସେମାନେ ଘରକୁ ଫେରିଯାଇଥିଲେ । ଆଉ ଠିକ୍ ସେହି ସମୟରେ ଲେବର୍ ପେନ୍ ଆରମ୍ଭ ହୋଇଯାଇଥିଲା । ଡାକ୍ତରଙ୍କୁ ଡାକିବା ପୂର୍ବରୁ ଛୁଆ ଜନ୍ମ ହୋଇଯାଇଥିଲା । ତେବେ ଏହି ନବଜାତ ଛୁଆ ୬ ପାଉଣ୍ଡରୁ ଅଧିକ ଥିଲା ଓ ଏକଦମ୍ ସୁସ୍ଥ ଥିଲା ।

Get real time updates directly on you device, subscribe now.