Royal Enfield Bullet 350: ବୁଲେଟର ଦାମ୍ ମାତ୍ର ୧୮ ହଜାର ଟଙ୍କା, ବିଲ୍ ଦେଖିଲେ କରିବେ ବିଶ୍ୱାସ

ମୁମ୍ୱାଇ: ଯୁବପିଢ଼ିଙ୍କ ମଧ୍ୟରେ ରୟାଲ ଏନଫିଲ୍ଡ ବାଇକ୍ ପାଇଁ ଏକ ନିଆରା କ୍ରେଜ୍ ରହିଛି। ଏହି କାରଣରୁ ଭାରତୀୟ ବଜାରରେ ଏହି ବାଇକ୍ ର ଚାହିଦା ଅଧିକ ରହିଛି।

ଯେଉଁମାନେ ବାଇକ୍ ଚଲାଇବାକୁ ଭଲ ପାଆନ୍ତି ସେମାନେ ରୟାଲ ଏନଫିଲ୍ଡ ବାଇକ୍ ର ମହତ୍ତ୍ୱ ବିଷୟରେ ଭଲ ଭାବରେ ଜାଣନ୍ତି। ବଡ କଥା ହେଉଛି ପ୍ରତି ଦଶନ୍ଧିର ଲୋକମାନେ ରୟାଲ ଏନଫିଲ୍ଡ ଚଢ଼ିବାର ସୁଯୋଗ ପାଇଛନ୍ତି।

କଂପାନିର ବାଇକ୍ ସବୁବେଳେ ସବୁଠୁ ଅଧିକ ବିକ୍ରି ହେଉଥିବା ବାଇକ୍। ଏହାର ଅତ୍ୟାଧୁନିକ ମଡେଲ ଯୁବପିଢ଼ିଙ୍କ ପାଇଁ ପ୍ରଥମ ପସନ୍ଦ ହୋଇ ରହିଛି। ରୟାଲ ଏନଫିଲ୍ଡ ବୁଲେଟର ବର୍ତ୍ତମାନର ମୂଲ୍ୟ କେତେ?

ଆପଣ ଜାଣନ୍ତି କି ୩ରୁ ୪ ଦଶନ୍ଧି ପୂର୍ବରୁ ରୟାଲ ଏନଫିଲ୍ଡର ମୂଲ୍ୟ କେତେ ଥିଲା ? ସୋସିଆଲ ମିଡିଆରେ କିଛି ଦିନ ହେବ ଏକ ପୁରୁଣା ବିଲ୍ ଭାଇରାଲ ହେବାରେ ଲାଗିଛି ଏବଂ ଏଥିରେ ଥିବା ବୁଲେଟ ୩୫୦ର ମୂଲ୍ୟ କୁ ଆପଣ ବିଶ୍ୱାସ କରିବେ ନାହିଁ ।

ରୟାଲ ଏନଫିଲ୍ଡ ବୁଲେଟ ୩୫୦ ମଡେଲର ବର୍ତ୍ତମାନର ମୂଲ୍ୟ ୧ ଲକ୍ଷ ୩୪ ହଜାର ଟଙ୍କାରୁ ଆରମ୍ଭ ହୋଇଥାଏ । ତେବେ ବିଭିନ୍ନ ସହରରେ ଏହାର ଦାମ୍ ଭିନ୍ନ ଭିନ୍ନ ହୋଇପାରେ।

ଏହାର ଟପ୍ ମଡେଲର ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଅଧିକ ରହିଛି। ରାସ୍ତାରେ ପହଞ୍ଚିବା ବେଳକୁ ଏହାର ମୂଲ୍ୟ ୨ରୁ ୨ ଲକ୍ଷ ୩୦ ହଜାର ପର୍ଯ୍ୟନ୍ତ ଯାଇପାରେ। ୧୯୮୬ରେ ରୟାଲ ଏନଫିଲ୍ଡ ବୁଲେଟର ମୂଲ୍ୟ କ’ଣ ଥିଲା?

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବିଲ୍ ଅନୁଯାୟୀ, ୧୯୮୬ମସିହାରେ ବୁଲେଟ୍ ୩୫୦କୁ ୧୮,୭୦୦ ଟଙ୍କାରେ କିଣାଯାଇଥିଲା। କୁହାଯାଉଛି ଯେ ଏହି ବିଲ୍ ଝାଡ଼ଖଣ୍ଡର ଏବଂ ଯେଉଁ ଡିଲରଙ୍କଠାରୁ ଏହାକୁ କିଣାଯାଇଥିଲା ତାଙ୍କ ନାମ ସନ୍ଦୀପ ଅଟୋ ବୋଲି ଜଣାପଡିଛି ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ବିଲକୁ ଦେଖି ଲୋକେ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।