fbpx
BJD SKY
BJD SKY

ଦେବଦୂତ ସାଜିଲେ କନଷ୍ଟେବଳ, ଚଳନ୍ତା ଟ୍ରେନ ତଳୁ ବଞ୍ଚାଇଲେ ମହିଳାଙ୍କୁ

BJD

ନୂଆଦିଲ୍ଲୀ: କୁହାଯାଏ ଭଗବାନ କେତେବେଳେ ବି କେଉଁ ରୂପରେ ଆସି ମନୁଷ୍ୟକୁ ବିପଦରୁ ଉଦ୍ଧାର କରିଥାନ୍ତି । ଏହିଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ତେଲେଙ୍ଗାନାର ସିକନ୍ଦରାବାଦ ଷ୍ଟେସନରେ । ଯେଉଁଠାରେ ଜଣେ ଆରପିଏଫ କନଷ୍ଟେବଳ ଦେବଦୂତ ଭଳି ଆସି ମୃତ୍ୟୁ ମୁଖରୁ ରକ୍ଷା କରିଛନ୍ତି ମହିଳା ଜଣକୁ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖାଯାଉଛି ମହିଳା ଜଣକ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ହଠାତ୍ ତାଙ୍କ ଗୋଡ଼ ଖସିଯାଇଥିଲା ଏବଂ ସେ ଟ୍ରେନ ତଳକୁ ଚାଲିଯାଇଥିଲେ । ଆଉ ସେହି ସମୟରେ ସେଠାରେ ଥିବା କନଷ୍ଟେବଳ ସାହସିକତାର ସହ ମହିଳାଙ୍କୁ ଟ୍ରେନ ତଳୁ ବଞ୍ଚାଇ ଆଣିଥିଲେ, ଫଳରେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ମହିଳା ଜଣକ । ପାଖରେ ଥିବା ଆଉଜଣେ ମଧ୍ୟ ଟ୍ରେନ ଅଟକାଇବାକୁ ଇଶାରା କରୁଥିଲେ । ଅଉ ଏହି ସଂପୂର୍ଣ୍ଣ ଘଟଣା ରେକର୍ଡ ହୋଇଛି ପ୍ଲାଟଫର୍ମରେ ଲାଗିଥିବା ସିସିଟିଭି କ୍ୟାମେରାରେ ।

ସେପଟେ ସୋସିଆଲ ମିଡିଆରେ ଏହି ଘଟଣା ଭାଇରାଲ ହେବାପରେ ଲୋକେ ଆରପିଏଫ ଯବାନଙ୍କ ସାହସିକତାକୁ ଖୁବ୍ ପ୍ରଶଂସା କରୁଛନ୍ତି । କିଛି ୟୁଜର୍ସ କହିଛନ୍ତି ନିଜ ଜୀବନକୁ ବାଜି ଲଗାଇ ଅନ୍ୟର ଜୀବନ ବଞ୍ଚାଇବା କାମ କେବଳ ଯବାନ ହିଁ କରିପାରିବେ ।

Get real time updates directly on you device, subscribe now.