fbpx

ସିନ୍ଧୁ କରିବେ ‘ବ୍ରୋଞ୍ଜ’ ଲଢ଼େଇ ; ଦୋହରେଇ ପାରିଲେନି ରିଓ ସଫଳତା

ନୂଆଦିଲ୍ଲୀ : ଭାରତୀୟ ସଟଲ ଷ୍ଟାର ପିଭି ସିନ୍ଧୁ ଅଲିମ୍ପିକ୍ ସେମି ଫାଇନାଲ ମ୍ୟାଚରେ ପରାସ୍ତ ହୋଇଛନ୍ତି । କ୍ରମାଗତ ଅଲିମ୍ପିକ ଫାଇନାଲ ଲକ୍ଷ୍ୟରେ ରହିଥିବା ସିନ୍ଧୁଙ୍କୁ ରୋକିଛନ୍ତି ଚାଇନିଜ୍ ତାଇପେ ଖେଳାଳି । ଚାଇନିଜ୍ ତାଇପେର ଟାଇ ଜୁ ୟିଙ୍ଗଙ୍କ ବିପକ୍ଷ ମ୍ୟାଚରେ ସିନ୍ଧୁ ୧୮-୨୧ ଓ ୧୨-୨୧ରେ ହାରି ଯାଇଛନ୍ତି । ସେମିରେ ପରାଜିତ ହୋଇଥିଲେ ହେଁ ସିନ୍ଧୁଙ୍କ ନିକଟରେ ବ୍ରୋଞ୍ଜ ପଦକ ହାସଲର ସୁଯୋଗ ରହିଛି । ବ୍ରୋଞ୍ଜ ପଦକ ମୁକାବିଲାରେ ସିନ୍ଧୁ ଚୀନର ହେ ବିଙ୍ଗ ଜିଆଓଙ୍କ ମୁକାବିଲା କରିବେ ।

ଶନିବାର ଅନୁଷ୍ଠିତ ମୁକାବିଲାରେ ସିନ୍ଧୁ କଡା ମୁକାବିଲା କରିଥିଲେ ହେଁ ରିଓ ସଫଳତା ଦୋହରାଇବାରେ ବିଫଳ ହୋଇଛନ୍ତି । ସିନ୍ଧୁ ପ୍ରଥମ ସେଟରେ କଡା ମୁକାବିଲା କରିଥିଲେ । ତେବେ ପ୍ରଥମ ସେଟକୁ ୨୧-୧୮ରେ ପରାଜିତ ହେବା ପରେ ପ୍ରତ୍ୟାବର୍ତ୍ତନରେ ସମର୍ଥ ହୋଇନଥିଲେ ସିନ୍ଧୁ । ଦ୍ୱିତୀୟ ସେଟରେ ଟାଇ ଜୁ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲେ । ୭-୧୧ରେ ପଛୁଆ ରହିଥିବା ସିନ୍ଧୁ କ୍ରମାଗତ ୫ ପଏଣ୍ଟ ହରାଇବା ସହିତ ୮-୧୬ରେ ପଛୁଆ ହୋଇଯାଇଥିଲେ । ୨୧-୧୨ରେ ଦ୍ୱିତୀୟ ସେଟ ହାରିବା ସହିତ ସିନ୍ଧୁଙ୍କର କ୍ରମାଗତ ଦ୍ୱିତୀୟ ଅଲିମ୍ପିକ୍ସ ଫାଇନାଲ ଆଶା ଧୂଳିସାତ ହୋଇଛି ।

Get real time updates directly on you device, subscribe now.