fbpx

ଅଗଷ୍ଟ ୧୬ରେ RRB NTPC ରେଜଲ୍ଟ

Advertisement

ନୂଆଦିଲ୍ଲୀ: ରେଳ ନିଯୁକ୍ତି ବୋର୍ଡ (ଆରଆରବି) ପକ୍ଷରୁ ନନ୍ ଟେକ୍ନିକାଲ ପପୁଲାର କ୍ୟାଟେଗୋରି (ଏନଟିପିସି) ଆବେଦନକାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରାଯାଇଛି । ଏହି ପରିପ୍ରେକ୍ଷୀରେ ରେଳ ବିଭାଗ ପକ୍ଷରୁ CBT 1 ପରୀକ୍ଷାର Answer Key ଅପଲୋଡ୍ ନେଇ ଘୋଷଣା କରାଯାଇଛି । ଏନଟିପିସି ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ଦୀର୍ଘ ସମୟ ଧରି ରେଜଲ୍ଟକୁ ଅପେକ୍ଷା କରି ରହିଥିଲେ । ଆସନ୍ତା ୧୬ ତାରିଖରେ Answer Key ଜାରି କରାଯିବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି ।

ଏନେଇ ବୋର୍ଡ ପକ୍ଷରୁ କୁହାଯାଇଛି ଯେ, Answer Keyର ଲିଙ୍କ ଅଗଷ୍ଟ ୧୬ରେ ପରୀକ୍ଷାର୍ଥୀମାନେ ୱେବସାଇଟରେ ଦେଖିପାରିବେ । ଆବେଦନକାରୀମାନେ ନିଜ ନିଜର ଜୋନ ୱେବସାଇଟକୁ ଯାଇ Answer Key ଡାଉନଲୋଡ୍ କରିପାରିବେ । ତେବେ Answer Keyର ଅବଜେକସନ୍ ସୁବିଧା ଅଗଷ୍ଟ ୧୮ରୁ ୨୩ ପର୍ଯ୍ୟନ୍ତ ଉପଲବ୍ଧ ହେବ । ଆବେଦନକାରୀମାନେ ପ୍ରତି ପ୍ରଶ୍ନ ପିଛା ୫୦ ଟଙ୍କା ଫିସ୍ ଦେଇ ଅବଜେକସନ୍ ଦର୍ଜ କରିପାରିବେ । ଏହାସହିତ ବ୍ୟାଙ୍କ ସର୍ଭିସ୍ ମଧ୍ୟ ଏଥିରେ ଲାଗୁ ହେବ । କେବଳ ଫିସ୍ ଦାଖଲ ହୋଇଥିବା ଅଭିଯୋଗ ଉପରେ ବୋର୍ଡ ବିଚାର କରିବ । ୨୩ ଅଗଷ୍ଟ ପରେ ଆଉ କୌଣସି ଅଭିଯୋଗ ଗ୍ରହଣ କରାନଯାଇ ରେଜଲ୍ଟ ଜାରି କରାଯିବ ।

Get real time updates directly on you device, subscribe now.