BREAKING: ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଡାକ୍ତର ଜ୍ୱାଇଁ ଘରୁ ମିଳିଲା ନଗଦ ୨୨ଲକ୍ଷ

ଯନ୍ତ୍ରୀଙ୍କ ଜ୍ୱାଇଁ ଘରୁ ମିଳିଛି ନଗଦ ୨୨ ଲକ୍ଷ ଟଙ୍କା। ଜୁନାଗଡ଼ ମେଡିକାଲରେ ଡାକ୍ତର ଅଛନ୍ତି ତପନ ତ୍ରିପାଠୀ।

ଢ଼େଙ୍କାନାଳ: ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଢେଙ୍କାନାଳ ଆଠମଲ୍ଲିକରେ ସହକାରୀ ଯନ୍ତ୍ରୀଙ୍କ ଘରେ ଚାଲିଛି ରେଡ୍‌। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାମଚନ୍ଦ୍ର ଶତପଥିଙ୍କ ଘରେ ଚାଲିଛି ଛାନଭିନ୍‌।

ରେଡ୍ ବେଳେ ଯନ୍ତ୍ରୀଙ୍କ ଜ୍ୱାଇଁ ଘରୁ ମିଳିଛି ନଗଦ ୨୨ ଲକ୍ଷ ଟଙ୍କା। ଜୁନାଗଡ଼ ମେଡିକାଲରେ ଡାକ୍ତର ଅଛନ୍ତି ତପନ ତ୍ରିପାଠୀ।

ଭିଜିଲାନ୍ସ ଟିମ୍ ତାଙ୍କର ସରକାରୀ ବାସଭବନ ସହ ପୈତୃକ ଘରେ ଛାନଭିନ କରୁଥିବା ସୂଚନା ରହିଛି।

ତେବେ ତାଙ୍କ ଦୁଇ ଝିଅଙ୍କ ସମେତ ୯ଟି ସ୍ଥାନରେ ରେଡ୍ କରୁଥିବା ବେଳେ ଜ୍ୱାଇ ଘରକୁ ମିଳିଛି ନଗଦ ୨୨ ଲକ୍ଷ ଟଙ୍କା।

ଏବେବି ରେଡ୍ ଜାରି ରହିଛି। ରେଡ୍ ଶେଷ ହେବା ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ।