fbpx
BJD SKY
BJD SKY

RSS ଏବଂ ବିଜେପି ମୋର ଗୁରୁ, ସେମାନେ ମୋତେ ଶିଖାନ୍ତି କଣ ନ କରିବା ଉଚିତ: ରାହୁଲ ଗାନ୍ଧୀ

BJD

ନୂଆଦିଲ୍ଲୀ: କଂଗ୍ରେସର ସାଂସଦ ରାହୁଲ ଭାରତ ଯୋଡ଼ ଯାତ୍ରାରେ ଶନିବାର ଦିନ ଏକ ପ୍ରେସ କନଫ୍ରେନ୍ସ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେ RSS ଏବଂ ବିଜେପିକୁ ଲକ୍ଷ୍ୟ କରିଛନ୍ତି । ଏଥିରେ ସେ କହିଛନ୍ତି, RSS ଏବଂ ବିଜେପି ହେଉଛନ୍ତି ମୋ ଗୁରୁ । ସେ ସର୍ବଦା ମୁଁ କଣ ନ କରିବା ଉଚିତ ସେ ମୋତେ ଜ୍ଞାନ ଦିଅନ୍ତି ।

ସୂଚନା ଅନୁସାରେ, ଆଜି ରାହୁଲ ଗାନ୍ଧୀ ଏକ ପ୍ରେସ ସମ୍ମୀଳନୀରେ କହିଛନ୍ତି ଯେ, ମୁଁ RSS ଏବଂ ବିଜେପିଙ୍କୁ ଧନ୍ୟବାଦ ଜଣାଇବି କାରଣ ସେ ଯେତେ ମୋ ଉପରକୁ ଆକ୍ରମଣ କରିବେ ସେତେ ସେ ମୋତେ ସୁଧାରିବା ପାଇଁ ମୌକା ଦେଉଛନ୍ତି । ମୁଁ ଚାହୁଁଚି ସେ ଆହୁରି ଜୋରରେ ମୋତେ ଆକ୍ରମଣ କରନ୍ତୁ ଯାହାଦ୍ୱାରା କଂଗ୍ରେସ ପାର୍ଟୀ ନିଜର ବିଚାରାଧାରା ଭଲଭାବେ ବୁଝାପଡ଼ିବ ।

ସେ ପୁଣି କହିଛନ୍ତି, ମୁଁ  RSS ଏବଂ ବିଜେପିକୁ ନିଜ ଗୁରୁ ବୋଲି ଭାବେ । କାରଣ ସେମାନେ ମୋତେ ଲଗାତାର ଭାବେ ମନେପକାଇ ଦିଅନ୍ତି ଯେ, ମୁଁ କଣ କରିବା ଉଚିତ ଏବଂ କଣ କରିବା ଉଚିତ ନୁହେଁ । ରାହୁଲ ଆଗକୁ କହିଛନ୍ତି, ଭାରତ ଯୋଡ଼ ଯାତ୍ରାକୁ ନେଇ ବିରୋଧୀ ନେତା କଂଗ୍ରେସ ସହିତ ଅଛନ୍ତି । ହେଲେ ତାଙ୍କ ଉପରେ କିଛି ରାଜନୈତିକ ବାଧ୍ୟତା ମୂଳକ ରହୁଛି ।

ବିରୋଧୀ ଦଳର ନେତା ଆମ ସହିତ ଠିଆ ହୋଇଛନ୍ତି ଏବଂ ଏହା ଆମକୁ ଜଣା ବୋଲି ରାହୁଲ ଗାନ୍ଧୀ ସମ୍ମିଳନୀରେ ଜଣାଇଛନ୍ତି । ଭାରତ ଯୋଡ଼ ଯାତ୍ରା ସମସ୍ତଙ୍କ ପାଇଁ ଖୋଲା ଅଛି ଯିଏ ଭାରକୁ ଯୋଡ଼ିବାକୁ ଚାହୁଁଛନ୍ତି । ଆମେ କାହାକୁ ରୋକିବୁ ନାହିଁ । ମାୟାବତୀ ଏବଂ ଅଖିଳେସ ଭାରତରେ ଭଲପାଇବା ଚାହୁଁଛନ୍ତି ଘୃଣା ଚାହୁଁନାହାନ୍ତି ।

 

Get real time updates directly on you device, subscribe now.