fbpx
BSKY
BJD MC SKY
BJD YOUTH SKY

୫ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ, ୨୬ରେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର (ଆର୍‌ଏସ୍‌ଏସ୍‌) ସରସଂଘଚାଳକ ଡ.ମୋହନ ଭାଗବତ ୫ ଦିନିଆ ଓଡିଶା ଗସ୍ତରେ ଆସି ମଙ୍ଗଳବାର ଭୁବନେଶ୍ୱରରେ ପହଞ୍ଚିବେ । ସେ ପାଞ୍ଚ ଦିନିଆ ଓଡିଶା ପ୍ରବାସ ସାରି ଅଗଷ୍ଟ ୨୯ ତାରିଖ ଦିନ ଓଡିଶାରୁ ପ୍ରତ୍ୟାବର୍ତନ କରିବେ ବୋଲି ସଂଘର ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ରବିନାରାୟଣ ପଣ୍ଡା ପ୍ରକାଶ କରିଛନ୍ତି ।

ଶ୍ରୀ ପଣ୍ଡା କହିଛନ୍ତି ଯେ, ଡ. ଭାଗବତ ତାଙ୍କ ପ୍ରବାସ ସମୟରେ ଓଡିଶାର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସାକ୍ଷାତ କରିବେ । ଅଗଷ୍ଟ ୨୬ ତାରିଖ ଦିନ ପୁରୀ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ସହିତ ଗୋବର୍ଦ୍ଧନ ପୀଠର ପୂଜ୍ୟ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟ କରିବେ ।

Get real time updates directly on you device, subscribe now.