fbpx
BJD
BJD SKY
BJD SKY

କାଲିଠୁ କେବଳ ବର୍ଷ ନୁହେଁ ବଦଳିଯିବ ଏହି ନିୟମ, ଦେଶରେ ଲାଗୁ ହେବ ଏହି ୫ଟି ବଡ ପରିବର୍ତ୍ତନ

BJD

ନୂଆଦିଲ୍ଲୀ: କାଲି ନୂଆବର୍ଷ ଅର୍ଥାତ୍ ୧ ଜାନୁୟାରୀ ୨୦୨୪ ଆସିବା ସହିତ ଦେଶରେ ବହୁ ପରିବର୍ତ୍ତନ ବି ଲାଗୁ ହୋଇଯିବ ଯାହା ଆପଣଙ୍କ ପକେଟ୍ ଉପରେ ସିଧା ପ୍ରଭାବ ପକାଇବ । ଏଥିରେ ଆପଣଙ୍କ ବ୍ୟାଙ୍କ ଲକର ଠାରୁ ଆରମ୍ଭ କରି ଏଲ୍‌ପିଜି ଗ୍ୟାସର ଦାମ୍ ପର୍ଯ୍ୟନ୍ତ ଅନେକ କିଛି ସାମିଲ ରହିଛି । ଏହି କ୍ରମରେ ଆସନ୍ତୁ ଜାଣିବା କେଉଁ ୫ ଟି ପରିବର୍ତ୍ତନର ଆପଣଙ୍କୁ ସାମ୍ନା କରିବାକୁ ପଡିବ ।
ଏଲ୍‌ପିଜି ସିଲିଣ୍ଡର: ଗତ କିଛିଦିନ ତଳେ ସରକାର ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ୍ ହ୍ରାସ କରିଥିଲେ । କିନ୍ତୁ ରୋଷେଇରେ ବ୍ୟବହୃତ ଏଲପିଜି ସିଲିଣ୍ଡରର ଦାମ୍‌ରେ ଦୀର୍ଘ ସମୟ ହେବ କୌଣସି ପରିବର୍ତ୍ତନ ଘଟିନାହିଁ । ତେଣୁ ଜନତାଙ୍କ ଆଶା ନୂଆବର୍ଷରେ ଏଲପିଜି ସିଲିଣ୍ଡରର ଦାମ୍ ସରକାର କମ୍ କରିବା ନେଇ ଘୋଷଣା କରିପାରନ୍ତି ।
ବ୍ୟାଙ୍କ ଲକର ଆଗ୍ରିମେଣ୍ଟ: ଭାରତୀୟ ରିଜର୍ଭ ବ୍ୟାଙ୍କ ବ୍ୟାଙ୍କ ଲକର ଆଗ୍ରିମେଣ୍ଟରେ ପରିବର୍ତ୍ତନ କରିଛନ୍ତି । ଏହା ଜରିଆରେ ନିଷ୍ପତ୍ତି ନେବାକୁ ୟୁଜର୍ସଙ୍କୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ସମୟ ଦିଆଯାଇଛି । ନିଜ ଗ୍ରାହକଙ୍‌କ ଲକର ଆଗ୍ରିମେଣ୍ଟ ସଂଶୋଧନ କରିନେବାକୁ ଆରବିଆଇ ସମସ୍ତ ବ୍ୟାଙ୍କକୁ କହିଛି । ଯଦି ଏହି କାମ ୩୧ ଡିସେମ୍ବର ସୁଦ୍ଧା ନ ହୋଇଛି ତେବେ ଆପଣଙ୍କୁ ବ୍ୟାଙ୍କ ଲକର ଖାଲି କରିବାକୁ ପଡିପାରେ । ତେଣୁ ନୂଆ ଲକର ଆଗ୍ରିମେଣ୍ଟକୁ ଆଜି ପୁରା କରି ନିଅନ୍ତୁ ।
ୟୁପିଆଇ ୟୁଜର୍ସ ଧ୍ୟାନ ଦିଅନ୍ତୁ:୧ ଜାନୁୟାରୀ ୟୁପିଆଇରେ ପେମେଣ୍ଟ କରୁଥିବା ୟୁଜର୍ସଙ୍କ ଲାଗି ମଧ୍ୟ ବିଶେଷ ଧ୍ୟାନ ଦେବାର ସମୟ । କାରଣ — ବା ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ ପକ୍ଷରୁ ପେଟିଏମ୍‌, ଗୁଗଲ ପେ’, ଫୋନ୍ ପେ’ ପରି ଅନଲାଇନ୍ ପେମେଣ୍ଟ ଆପ୍‌ର ସେହିସବୁ ୟୁପିଆଇ ଆଇଡି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଯାହାର ଉପଯୋଗ ଗତ ୧ ବର୍ଷ କିମ୍ବା ଅଧିକ ସମୟ ଧରି କରାଯାଇନାହିଁ । ତେଣୁ ଆପଣଙ୍କର ବି ଯଦି ଏପରି କୌଣସି ଏପରି ୟୁପିଆଇ ଆଇଡି ଅଛି ତେବେ ସେଥିରେ ତୁରନ୍ତ ଟ୍ରାନଜାକସନ କରନ୍ତୁ ।
ନୂଆ ସିମ୍ କାର୍ଡ ଲାଗି ନିୟମ:
ଟେଲିକମ୍ ବିଭାଗ ୧ ଜାନୁୟାରୀରୁ ସିମ୍ କାର୍ଡ ଲାଗି କାଗଜ ଆଧାରିତ କେୱାଇସି ପ୍ରୋସେସକୁ ବନ୍ଦ କରିଦେବାକୁ ଯାଉଛି । ଏହାର ଅର୍ଥ ନୂଆ ସିମ୍ କାର୍ଡ କିଣିବା ଲାଗି ଏଣିକି ଗ୍ରାହକଙ୍କୁ କେବଳ ଡିଜିଟାଲ କେୱାଇସି ଅର୍ଥାତ୍ ଇ-କେୱାଇସି ଦେବାକୁ ପଡିବ ।
ଅପଡେଟେଡ୍ ଆଇଟିଆର୍ ଫିଲିଂ: ଇନକମ୍ ଟ୍ୟାକ୍ସ ଭରିବାର ଲାଷ୍ଟ ଡେଟ୍ ୩୧ ଜୁଲାଇ ୨୦୨୩ ଥିଲା । କିନ୍ତୁ ଯେଉଁମାନେ ଏହି ତାରିଖ ପର୍ଯ୍ୟନ୍ତ ଆଇଟିଆର୍ ଫାଇଲ୍ କରି ନ ଥିଲେ ସେମାନଙ୍କ ପାଇଁ ଲେଟ୍ ଫି’ ସହିତ ଆଇଟିଆର୍ ଫାଇଲ୍ କରିବାକୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା । ଏହି ଫି’ ବା ଜରିମାନା ଆୟ ହିସାବରେ ଅଲଗା ଅଲଗା ଧାର୍ଯ୍ୟ କରାଯାଇଛି ।

Get real time updates directly on you device, subscribe now.