fbpx
BSKY SKY
BSKY SKY

ଲିଙ୍ଗରାଜ ମନ୍ଦିରରେ ଲାଗୁ ହେବ ନୂଆ ନିୟମ; ପରିସରରେ ଗୁଟଖା, ପ୍ଲାଷ୍ଟିକ ଉପରେ ଲାଗିବ ରୋକ୍

BSKY

ଭୁବନେଶ୍ୱର: ନୂଆ ବର୍ଷରୁ ଲିଙ୍ଗରାଜ ମନ୍ଦିରର ଅନେକ ନିୟମରେ ପରିବର୍ତ୍ତନ କରାଯିବ । ମନ୍ଦିର ମଧ୍ୟରେ ସେବାୟତମାନଙ୍କ ପାଇଁ ନୂଆ ପରିଚୟ ପତ୍ର ଜାରି କରାଯିବା ସହ ଗୁଟଖା ସେବନକାରୀଙ୍କ ପ୍ରବେଶ ନିଷେଧ ସହିତ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର ବାରଣ କରାଯିବ । ଏନେଇ ମନ୍ଦିର ପରିଚାଳନା କମିଟି ତଥା ଟ୍ରଷ୍ଟ ବୋର୍ଡ଼ (Lingaraj Temple Trust board) ବୈଠକରେ ନିଷ୍ପତ୍ତି ହୋଇଛି । ଏହି ନିଷ୍ପତ୍ତି ପରେ ବ୍ରାହ୍ମଣ ନିଯୋଗ, ବଡ଼ୁ ନିଯୋଗ ଓ ପୂଜା ପଣ୍ଡା ନିଯୋଗ ମୂଖ୍ୟଙ୍କୁ ଚିଠି ଲେଖାଯାଇଛି ।
ନୂଆବର୍ଷରୁ ଆରମ୍ଭ ହେଉଥିବା ଏହି ନୂଆ ନିୟମ ଅନୁଯାୟୀ ମନ୍ଦିରର ସ୍ୱଚ୍ଛତା ଓ ଧାର୍ମିକ ଭାବନା ଦୃଷ୍ଟିରୁ ପାନ, ଗୁଟଖା ବା ମଦ୍ୟପାନ କରି କେହି ବି ବ୍ୟକ୍ତି ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ । ମନ୍ଦିର ପରିସରରେ ପ୍ଲାଷ୍ଟିକ ବୋତଲ, ପଲିଥିନ ଓ ଜରି ପ୍ୟାକେଟକୁ ସମ୍ପୂର୍ଣ୍ଣ ବାରଣ କରାଯିବ । ଓମଫେଡ୍ ଘିଅରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ପ୍ରସ୍ତୁତ ହେବ କାଠ ଭୋଗ । ବର୍ତ୍ତମାନ ସେବାୟତଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବା ଦ୍ୱାରା ଅଣ ସେବାୟତମାନଙ୍କୁ ଚିହ୍ନିବା ସହଜ ହେବ ।

Get real time updates directly on you device, subscribe now.