fbpx

ଆଇଟି କର୍ମଚାରୀମାନଙ୍କ ପାଇଁ ଆସିଲା ନିୟମ: ୧୪ଘଣ୍ଟା ବଢିପାରେ କାର୍ଯ୍ୟ ସମୟ

ନୂଆଦିଲ୍ଲୀ: କର୍ଣ୍ଣାଟକ ସରକାର ଆଇଟି କର୍ମଚାରୀଙ୍କ କାର୍ଯ୍ୟ ସମୟ ବୃଦ୍ଧି କରିବାକୁ ଯୋଜନା କରୁଥିବାର ଜଣା ପଡିଛି । ଏନେଇ ଆଇଟି କ୍ଷେତ୍ରର ବିଭିନ୍ନ ସଂଗଠନଗୁଡ଼ିକ ଏହାକୁ ବିରୋଧ କରିଛନ୍ତି। ଆଇଟି କମ୍ପାନୀଗୁଡିକର କର୍ମଚାରୀଙ୍କ କାର୍ୟ୍ୟ ସମୟକୁ ୧୪ ଘଣ୍ଟା ପର୍ୟ୍ୟନ୍ତ ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କୁ ଏକ ପ୍ରସ୍ତାବ ଦେଇଥିବାର କୁହାଯାଉଛି । ସରକାରଙ୍କ ଏହି ପଦକ୍ଷେପକୁ କର୍ମଚାରୀମାନେ କଡ଼ା ବିରୋଧ କରିବା ସହ ଅମାନବୀୟ ବୋଲି ଆଇଟି କର୍ମଚାରୀମାନେ କହିଛନ୍ତି ।

ଖବର ଅନୁସାରେ , ୧୯୬୧ର ସଂଶୋଧନ କରିବାକୁ କର୍ଣ୍ଣାଟକ ସରକାର ବିଚାର କରିବାକୁ ଚାହୁଛନ୍ତି । ଏଥିସହ କର୍ଣ୍ଣାଟକ ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ଆଇଟି କମ୍ପାନୀଗୁଡ଼ିକ ଚାହୁଁଛନ୍ତି ଯେ, ସେମାନଙ୍କ ପ୍ରସ୍ତାବକୁ ସଂଶୋଧନରେ ଅନ୍ତର୍ଭୁକ୍ତ କରାଯାଉ । ଯାହା ଦ୍ୱାରା ଆଇନଗତ ଭାବେ କାର୍ୟ୍ୟ ସମୟ ୧୪ ଘଣ୍ଟା ଓଭରଟାଇମ୍ ହୋଇଯିବ ।

ଶ୍ରମ ନିୟମ ଅନୁଯାୟୀ, ୧୨ ଘଣ୍ଟା ପର୍ଯ୍ୟନ୍ତ କାମ କରିବାର ଅନୁମତି ରହିଛି । କଣ୍ଣାଟକ ସରକାରଙ୍କ ଏହି ନିୟମକୁ ପରିବର୍ତ୍ତ କରିବା ପାଇଁ ଆଇଟି କର୍ମଚାରୀମାନେ ବିରେଧ କରିଛନ୍ତି । ସରକାରଙ୍କ ଏହି ନିଷ୍ପତିକୁ ପୁନଃବିଚାର କରିବା ପାଇଁ ଏକ ବୈଠକ କରାଯାଇଛ । ଏହି ନିୟମ ଲାଗୁ ହେବା କି ନାହିଁ ତାହା ଶିଘ୍ର ବିଚାର କରାଯାଇ ଲାଗୁ କରାଯିବ ।

Get real time updates directly on you device, subscribe now.