fbpx

ATMରୁ ଟଙ୍କା ଉଠାଣ ନିୟମ ବଦଳିଲା: ନଜାଣିଲେ ଅଟକିଯିବ ଆପଣଙ୍କ କ୍ୟାସ୍

ନୂଆଦିଲ୍ଲୀ: ATMରୁ ଟଙ୍କା ଉଠାଇବ ନିୟମ ବଦଳିଯାଇଛି । ATMରୁ ଟଙ୍କା କାରବାରକୁ ଅଧିକ ସୁରକ୍ଷିତ କରିବା ପାଇଁ ନିୟମ ପରିବର୍ତ୍ତନ କରିଛି SBI । ଆସନ୍ତୁ ଜାଣିବା କ’ଣ ରହିଛି ନିୟମ ।

ଏଣିକି ଏଟିଏମରୁ ଟଙ୍କା ଉଠାଇବା ପାଇଁ ଆପଣଙ୍କୁ ଓଟିପି ଦେବାକୁ ପଡିବ । ନୂଆ ନିୟମ ଅଧିନରେ ଗ୍ରାହକମାନେ ବିନା ଓଟିପିରେ ଟଙ୍କା ଇଠାଇପାରିବେ ନାହିଁ । ଟଙ୍କା ଉଠାଇବା ବେଳେ ଗ୍ରାହକଙ୍କୁ ତାଙ୍କ ମୋବାଇଲ ଫୋନରେ ଏକ ଓଟିପି ମିଳିଥାଏ, ଯାହାକୁ ଦେବା ପରେ ଏଟିଏମରୁ ଟଙ୍କା ବାହାରିଥାଏ ।

ବ୍ୟାଙ୍କ ଟ୍ୱିଟ୍ କରି ଏହାର ସୂଚନା ଦେଇ କହିଛି ଯେ, ‘ଏସବିଆଇ ଏଟିଏମରେ କାରବାର ପାଇଁ ଆମର ଓଟିପି ଆଧାରିତ ନଗଦ ଟଙ୍କା ଉଠାଇବା ବ୍ୟବସ୍ଥା ଠକମାନଙ୍କ ବିରୋଧରେ ଟୀକାକରଣ । ଆପଣଙ୍କୁ ଠକାମିରୁ ରକ୍ଷା କରିବା ସର୍ବଦା ଆମର ସର୍ବୋଚ୍ଚ ପ୍ରାଥମିକତା ହେବ । ଓଟିପି ଆଧାରିତ ଟଙ୍କା ଉଠାଣ ବ୍ୟବସ୍ଥା କିପରି କାର୍ଯ୍ୟ କରିବ ସେ ବିଷୟକୁ ନେଇ ଏସବିଆଇ ଗ୍ରାହକମାନେ ସଚେତନ ହେବା ଉଚିତ୍ ।’

ତେବେ ଏହି ନିୟମ ୧୦,୦୦୦ ଓ ଏହାଠାରୁ ଅଧିକ ଟଙ୍କା ଉଠାଣ ଉପରେ ଲାଗୁ ହେବ । ବ୍ୟାଙ୍କ ଆକାଉଣ୍ଟରେ ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ପଠାଯାଇଥିବା ଓଟିପି ଓ ଡେବିଟ୍ କାର୍ଡ ପିନ୍ ସହ ପ୍ରତିଥର ଆପଣ ୧୦,୦୦୦ ବା ଏଥିରୁ ଅଧିକ ଟଙ୍କା ବାହାର କରିବାର ଅନୁମତି ମିଳିବ ।

Get real time updates directly on you device, subscribe now.