fbpx

ମହିଳା ଟିଚରଙ୍କ ନାଁରେ ସାଂଘାତିକ ଅଭିଯୋଗ: ସ୍କୁଲକୁ ଗୋମାଂସ ଆଣିବା ନେଇ ମାମଲା ରୁଜୁ

ଆସାମ: ଆସାମ ଲଖିମପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସରକାରୀ ସ୍କୁଲର ଜଣେ ମହିଳା ହେଡମାଷ୍ଟରଙ୍କ ବିରୋଧରେ ମାମଲା ରୁଜୁ କରିଛି । ସ୍କୁଲର ଅନ୍ୟ ହିନ୍ଦୁ ଶିକ୍ଷକ ଶିକ୍ଷୟତ୍ରୀ ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁସାରେ ମାମଲା ରୁଜୁ କରିଛି ପୋଲିସ ।

ସୂଚନା ଅନୁସାରେ, ହେଡମାଷ୍ଟର ନିଜ ଲଞ୍ଚ-ବକ୍ସରେ ବିଫ ବା ଗୋମାଂସ ଆଣୁଥିବା ଜାଣିବାକୁ ପାଇଥିଲେ ଅନ୍ୟ ଷ୍ଟାଫ । ସେମାନେ ତାଙ୍କୁ ବିରୋଧ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ । ଏହାପରେ ଷ୍ଟାଫମାନେ ତାଙ୍କ ବିରୋଧରେ ଲଖିମପୁର ପୋଲିସ ଷ୍ଟେସନରେ ମାମଲା ରୁଜୁ କରାଇଛନ୍ତି । ଅଭିଯୋଗ ଅନୁସାରେ, ମାମଲା ରୁଜୁ କରି ମହିଳା ହେଡମାଷ୍ଟରଙ୍କୁ ପଚରାଉଚରା କରିବା ପାଇଁ ଥାନାକୁ ଆଣିଛି ପୋଲିସ । ମହିଳାଙ୍କ ବିରୋଧରେ ଆଇପିସି ଧାରା ୧୫୩ଏ(ଧର୍ମ, ଜାତି, ଜନ୍ମସ୍ଥାନ, ନିବାସ ଆଧାର ଇତ୍ୟାଦିରେ ଶତ୍ରୁତା ବଢାଇବା), ୨୯୫ଏ (କୌଣସି ଧର୍ମ କିମ୍ବା ଧାର୍ମିକ ବିଶ୍ୱାସକୁ ଅପମାନ କରି ଧାର୍ମିକ ଭାବନାକୁ ଆହତ କରିବା ପାଇଁ ଜାଣି ଜାଣି କିଛି କାର୍ଯ୍ୟ କରିବା)ଭଳି ମାମଲା ରୁଜୁ କରିଛି ।

ଏହାପରେ ମହିଳାଙ୍କୁ ସେଶନ କୋର୍ଟରେ ଦାଖଲ କରାଯାଉଛି । ତେବେ ଏଠାରୁ ଶିକ୍ଷୟତ୍ରୀଙ୍କୁ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି । ସେପଟେ ସ୍କୁଲ ଷ୍ଟାଫ କହିଛନ୍ତି ଯେ, ଲଞ୍ଚ-ବକ୍ସରେ ଆଣିଥିବା ଗୋମାଂସକୁ ତାଙ୍କୁ ସର୍ଭ କରିବା ପାଇଁ କୁହାଯାଇଥିଲା । ଅନ୍ୟ ଦୁଇ ଜଣ ଶିକ୍ଷକ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.