fbpx

‘ସ୍ୱପ୍ନର କାର୍’ରେ ତାଜ୍ ହୋଟେଲ ପହଞ୍ଚିଲେ ରତନ ଟାଟା: ଭିଡିଓ ଦେଖିଲେ ଆପଣ ବି…

ନୂଆଦିଲ୍ଲୀ: ଭାରତର ଜଣାଶୁଣା ଶିଳ୍ପପତି ବା ଟାଟା ଗ୍ରୁପର ଚେୟାରମ୍ୟାନ୍ ରତନ ଟାଟାଙ୍କ ଜୀବନଶୈଳୀର ଅନେକ କାହାଣୀ ରହିଛି । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଦେଖି ଲୋକମାନେ ପୁଣିଥରେ ତାଙ୍କ ଭାବନାକୁ ପ୍ରଶଂସା କରୁଛନ୍ତି ।

ଏହି ଭାଇରାଲ ଭିଡିଓରେ ରତନ ଟାଟା ନିଜ ସ୍ୱପ୍ନର କାର ଅର୍ଥାତ୍ ନାନୋରେ ବିନା ସିକ୍ୟୁରିଟି ଓ ସୁରକ୍ଷାକର୍ମୀରେ ସହର ବୁଲୁଥିବା ନଜର ଆସିଛନ୍ତି । କୁହାଯାଉଛି ଯେ, ଏହି ଭିଡିଓରେ ଶିଳ୍ପପତି ରତନ ଟାଟା ତାଜ୍ ହୋଟେଲ ବାହାରେ ଅଛନ୍ତି । ଏହି ଭିଡିଓକୁ ବାବା ଖାନ୍ ନାମକ ଜଣେ ସ୍ଥାନୀୟ ବ୍ୟକ୍ତି ରେକର୍ଡ କରିଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, ତାଙ୍କର ସ୍ୱାଗତ ଓ ସୁରକ୍ଷା ପାଇଁ କେବଳ ହୋଟେଲ ଷ୍ଟାଫ୍ ଥିଲେ ।

ଭିଡିଓକୁ ଦେଖି ଅନେକ ଲୋକ ରତନ ଟାଟାଙ୍କ ପ୍ରଶଂସା କରୁଛନ୍ତି । ଅନେକ ୟୁଜର୍ସ ଏଥିରେ କମେଣ୍ଟ ମଧ୍ୟ କରୁଛନ୍ତି । ଜଣେ ଯୁଜର୍ସ କହିଛନ୍ତି ଯେ, ‘ଯେତେବେଳେ ଲୋକମାନେ ଦାମୀ କାରରେ ବୁଲିବାକୁ ସ୍ୱପ୍ନ ଦେଖୁଛନ୍ତି, ସେତେବେଳେ ଦାମୀ ଲୋକ ଏଠାରେ ନାନୋରେ ବୁଲୁଛନ୍ତି ।’ ଅନେକ ଲୋକ ଏହି ଭିଡିଓକୁ ଲାଇକ୍ କରିଥିବା ଦେଖିବାକୁ ମିଳୁଛି ।

 

View this post on Instagram

 

A post shared by Viral Bhayani (@viralbhayani)

 

Get real time updates directly on you device, subscribe now.