fbpx

ବଟଲରଙ୍କ ପୋଜିସନ ଉପରେ ବିପଦର ଘଣ୍ଟି: ଚିନ୍ତା ବଢାଉଛି ରାହୁଲ-କ୍ୱିଣ୍ଟନ ସୁପର ଯୋଡି

ମୁମ୍ବାଇ: ଚଳିତ IPL ସିଜନରେ ଅରେଞ୍ଜ କ୍ୟାପ ତାଲିକାରେ ଖୁବ ଆଗରେ ରହିଛନ୍ତି ରାଜସ୍ଥାନର ଓପନର ଜୋସ ବଟଲର । ୩ଟି ଦମଦାର ଶତକ ସହିତ ୩ଟି ଅର୍ଦ୍ଧଶତକୀୟ ପାଳି ଖେଳି ସେ ଏହି ସ୍ଥାନରେ ପହଞ୍ଚିଛନ୍ତି । ୧୩ ମ୍ୟାଚରୁ ବ୍ୟକ୍ତିଗତ ୬୨୭ ରନ କରି ସେ ତାଲିକାର ଶୀର୍ଷରେ ନିଜ ସ୍ଥାନ ସୁରକ୍ଷିତ ରଖିଥିଲେ । କିନ୍ତୁ ଏବେ ତାଙ୍କ ପାଇଁ ବିପଦ ପାଲଟିଛନ୍ତି କେ.ଏଲ ରାହୁଲ ଏବଂ କ୍ୱିଣ୍ଟନ ଡିକକ୍ । କୋଲକାତା ବିପକ୍ଷରେ ଉଭୟ ଆକଷଣୀୟ ପାଳି ଖେଳି ବଟଲରଙ୍କୁ ଚାଲେଞ୍ଜ କରିଛନ୍ତି ।

IPL 2022 Orange Cap Purple Cap Latest Update After LSG vs KKR Match Jos Buttler KL Rahul Quinton De Kock Yuzvendra Chahal - SK TODAY'S NEWS May 19, 2022

ରାହୁଲ ଏବେ ପର୍ଯ୍ୟନ୍ତ ୫୩୭ ରନ କରି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତେବେ ରାହୁଲ ବଟଲରଙ୍କ ପାଖରୁ ମାତ୍ର ୯୦ ରନ ଦୂରରେ ରହିଥିବା ବେଳେ ୫୦୨ ରନ କରି ତୃତୀୟ ସ୍ଥାନରେ ରହିଛନ୍ତି କ୍ୱିଣ୍ଟନ ଡକକ୍ । ଏବେ ଏହି ଦୁଇ ଖେଳାଳି ବଟଲରଙ୍କ ପାଇଁ ବଡ ଚାଲେଞ୍ଜ ଦେବେ ବୋଲି ଅନୁମାନ କରାଯାଉଛି । କୋଲକାତା ବିପକ୍ଷରେ ଡିକକ୍ ଖେଳିଥିବା ୧୪୦ ରନର ଚମତ୍କାର ଇନିଂସ ତାଙ୍କୁ ସିଧା ଏହି ତାଲିକାରେ ଏଣ୍ଟ୍ରି କରିବାର ସୁଯୋଗ ଦେଇଛି । ସେପଟେ ସୁପର ଜିଆଣ୍ଟସ ପ୍ଲେଅଫ ପାଇଁ କ୍ୱାଲିଫାଏ କରିସାରିଛି । ତେଣୁ ରାହୁଲ ବଟଲରଙ୍କୁ ପଛରେ ପକାଇ ଅରେଞ୍ଜ କ୍ୟାପ ହାସଲ କରିପାରିବେ ବୋଲି ଆଶାଙ୍କା ରହିଛି ।

IPL 2022: Updated Points Table, Orange Cap And Purple Cap After Match 66 KKR vs LSG

ସେହିପରି ପର୍ପଲ କ୍ୟାପରେ ୟୁଜବେନ୍ଦ୍ର ଚହଲ ଏବଂ ୱାନିନ୍ଦୁ ହସରଙ୍ଗାଙ୍କ ମଧ୍ୟରେ ଚାଲିଛି କଡା ଟକ୍କର । ୧୩ଟି ଲେଖାଏଁ ମ୍ୟାଚ କେଳି ଚହଲ ୨୪ ୱିକେଯ ହାସଲ କରିଥିବା ବେଳେ ହସରଙ୍ଗାଙ୍କ ଖାତାରେ ୨୩ଟି ୱିକେଟ ରହିଛି । ତେବେ ଏ ଦୁହିଁଙ୍କ ବ୍ୟତୀତ ଟପ ୫ରେ କାଗିସୋ ରାବାଡା, ଉମରାନ ମଲିକ ଏବଂ କୁଳଦୀପ ଯାଦବ ସାମିଲ ଅଛନ୍ତି ।

Get real time updates directly on you device, subscribe now.